ବିଶ୍ବହିନ୍ଦୁ ପରିଷଦ ଅନ୍ନପ୍ରସାଦ ସେବା କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନିମାପଡା (ଏପିନ୍ୟୁଜ) ୨୭/୦୬ ଆଜି ପବିତ୍ର ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଅବସରରେ ବିଶ୍ବହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓଡ଼ିଶା ପୂର୍ବ ପ୍ରାନ୍ତ ତରଫରୁ ପୁରୀ ବଡ ଦାଣ୍ଡରେ ଚାଲିଥିବା ଅନ୍ନ ପ୍ରସାଦ ସେବା କାର୍ଯ୍ୟରେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରୀ ମାନନୀୟ ଧର୍ମେନ୍ଦ୍ର ପ୍ରଧାନ ଜୀ, ଓଡ଼ିଶା ସରକାର ଙ୍କ ଉଚ୍ଚ ଶିକ୍ଷା ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ ମାନନୀୟ ସୂର୍ଯ୍ୟବଂଶୀ ସୁରଜ ମହୋଦୟ,, ପୁରୀ ଜିଲ୍ଲା ସାଂସଦ ମାନନୀୟ ସମ୍ବିତ ପାତ୍ର ମହୋଦୟ, ସେବା ପ୍ରମୁଖ ହରିଶ୍ଚନ୍ଦ୍ର ପ୍ରଧାନ ଏବଂ ପୁରୀ ଜିଲ୍ଲା ପିପିଲି ବିଧାୟକ ମାନନୀୟ ଆଶ୍ରିତ ପଟ୍ଟନାୟକ ସ୍ୱଳ୍ପ ସମୟ ପାଇଁ ଉକ୍ତ ସେବାରେ ସାମିଲ ହୋଇ ନିଜକୁ ଧନ୍ୟମଣିବା ସହ ଆମକୁ ଉତ୍ସାହିତ କରିଥିଲେ । ଘୋଷ ଯାତ୍ରା ରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଏହି ସେବା ଚାଲୁ ରହିବ।
🚩 ଜୟ ଜଗନ୍ନାଥ 🚩
