ବର୍ଷା ଧୋଇନେଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ
ବର୍ଷା ଧୋଇନେଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ
ନିମାପଡ଼ା, ୨୯/୬(ଏପିନ୍ୟୁଜ) ବର୍ଷା ଧୋଇନେଲା ଗ୍ରାମ ସଡ଼କ ରାସ୍ତା। ରାସ୍ତାରେ ଚଳାଚଳରେ ଘୋର ଅସୁବିଧା ଦେଖାଦେଇଛି। ନିମାପଡ଼ା ବ୍ଲକ ଅନ୍ତର୍ଗତ ବଡ଼ଶିରୁବିଳା ପଞ୍ଚାୟତ ଅନ୍ତର୍ଗତ କୁମ୍ଭାରପଡ଼ାରୁ ଗଡ଼ରୋରିହଁ ୫କିମି ରାସ୍ତା ନିମାପଡ଼ା ଗ୍ରାମ ନିର୍ମାଣ ବିଭାଗ ଅଧିନରେ ରହିଛି। ଏହି ଗ୍ରାମ ରାସ୍ତା ନିମାପଡ଼ା ବଳଙ୍ଗା ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି। ଏହି ରାସ୍ତାକୁ ପକ୍କା ସଡ଼କରେ ପରିଣିତ କରିବାକୁ ସ୍ଥାନୀୟ ଜନପ୍ରତିନିଧିମାନଙ୍କ ଦାବୀ କରିବାରୁ ଉକ୍ତ ରାସ୍ତାକୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ୫କିମି ରାସ୍ତାକୁ ପକ୍କା ସଡ଼କରେ ପରିଣିତ କରାଯାଇଥିଲା। ଏହି ରାସ୍ତା ଉପରେ ଫେବର ବ୍ଲକ ପକାଯିବାକୁ ଏଷ୍ଟିମେଟରେ ଉଲେଖ ଥିଲା। ଧନୁଆଁ ନଦୀବନ୍ଧ ପାଶ୍ବରେ ନିର୍ମାଣ ହୋଇଥିବା ଫେବର ବ୍ଲକ ରାସ୍ତାକୁ ସୁରକ୍ଷା ଦେବାପାଇଁ ଠିକାସଂସ୍ଥା ରାସ୍ତାପା୍ଶ୍ବରେ ୱାଲ ନିର୍ମାଣ କରିଥିଲେ । ୱାଲ ଏବଂ ରାସ୍ତା ଉପରେ ବିଛାଯାଇଥିବା ଫେବର ବ୍ଲକ ମଝିରେ ମାଟି ପୁର୍ଣ୍ଣ ନକରି ଛାଡ଼ି ଚାଲିଯାଇଥିବାରୁ ରାସ୍ତାରେ ବିଛାଯାଇଥିବା ଫେବର ତଳୁ ମାଟି ଧୋଇଯିବା କାରଣରୁ ରାସ୍ତାଟି ଭୁଷୁଡ଼ି ପଡ଼ିଛି। ରାସ୍ତା ନିର୍ମାଣରେ ବିଭାଗୀୟ ଅଧିକାରୀମାନେ ଠିକାନେଇଥିବା ସଂସ୍ଥାର କାମର ମାନକୁ ଠିକ ଭାବେ ଯାଚଂ କରିନଥିବାରୁ ସାମାନ୍ୟ ବର୍ଷାରେ ରାସ୍ତା ଦବି ଯାଇଥିବାନେଇ ଡ଼ିହସାହି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗତ ଦୁଇ ଦିନ ଧରି ବର୍ଷା ଲାଗିରହିଥିବାରୁ କୁମ୍ଭରପଡ଼ା – ଗଡ଼ ତୋରିହଁ ପ୍ରାଧାନମନ୍ତ୍ରୀ ସଡ଼କ ଯୋଜନାରେ ନିମିତ ରାସ୍ତାର ଡ଼ିହସାହି ନିକଟରେ ଫେବର ବ୍ଳକ ପଡ଼ିଥିବା ରାସ୍ତା ସଂମ୍ପୂର୍ଣ୍ଣ ଭୁଷୁଡ଼ି ପଡ଼ିଛି ଏବଂ ଗ୍ରାମବାସୀମାନେ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ଦୁରବସ୍ତା କାରଣରୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେୁଇଛି।
