ଶରଧା ବାଲି ଦଳଚକଟା ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବୀ ଓ କୁଶପୁତଳିକା ଦାହ
ଶରଧା ବାଲି ଦଳଚକଟା ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାରେ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କ ଇସ୍ତଫା ଦାବୀ ଓ କୁଶପୁତଳିକା ଦାହ
ନିମାପଡ଼ା, ୨୯/୬(ଏପିନ୍ୟୁଜ) ରଥଯାତ୍ରା ଅବସରରେ ଆଜି ପ୍ରତ୍ୟୁଷରୁ ଶରଧା ବାଲିରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ରଥ ଉପରେ ଦର୍ଶନ କରିବାପାଇଁ ଭକ୍ତ ମାନଙ୍କ ଭିତରେ ଠେଲାପେଲି ହୋଇ ତିନିଜଣ ମହିଳା ମୃତ୍ୟୁ ହେବା ଏବଂ ୬ ଜଣ ଆହତ ହେବା ଘଟଣାକୁ ନେଇ ନିମାପଡ଼ା ବିଜେଡ଼ି ପକ୍ଷରୁ ରଥଯାତ୍ରା କମିଟିର ଅଧ୍ୟକ୍ଷ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଇସ୍ତଫା ଦାବୀ କରି ସ୍ଥାନୀୟ ଦୋଳବେଦୀଛକରେ ଆଜି ସଂଧ୍ୟା ୭ଟା ସମୟରେ ବିଜେଡ଼ି ଦଳର ଛାତ୍ର ସହ ମହିଳା ସଂଗଠନ ପକ୍ଷରୁ ଆନ୍ଦୋଳନକରି ଉଭୟଙ୍କ କୁଶପୁତଳିକା ଦାହ କରିଛନ୍ତି। ବିଜେଡ଼ିର ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ମାନସ ପ୍ରଧାନ ଏବଂ ସରିତା ମହାପାତ୍ରଙ୍କ ନେତୃତ୍ବରେ ଆନ୍ଦୋଳନ କରାଯାଇଥିଲା।
