ରାଜ୍ୟ

ଉମାଶଙ୍କର ଯୋଗାଶ୍ରମ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳନ

Spread It

ନିମାପଡଶ ୨୧/୬(ଏପିନ୍ୟୁଜ) ନିମାପଡ। ଉମାଶଙ୍କର ଯୋଗାଶ୍ରମ ପକ୍ଷରୁ ୧୧ ତମ ଆନ୍ତର୍ଜାତିକ ଯୋଗାଶ୍ରମ ଦିବସ ପାଳନ କରାଯାଇଛି। ଏହି ଉତ୍ସବରେ ସ୍ଥାନୀୟ ତହସିଲଦାର ମନୋଜ ପ୍ରଧାନ ଅତିଥିଭାବେ ଯୋଗ କାର୍ଯ୍ୟକ୍ରମ ଉଦ୍‌ଘାଟନ କରିଥିଲେ। ଏକ ପୃଥିବୀ ଏକ ସ୍ବାସ୍ଥ୍ୟ ପାଇଁ ଚଳିତ ଯୋଗ ଦିବସରେ ଯୋଗାଶ୍ରମର ନିର୍ଦ୍ଦେଶକ ଉମାଶଙ୍କର ଆଚାର୍ଯ୍ୟଙ୍କ ତରଫରୁ ଲୋକମାନଙ୍କ ପ୍ରତି ବାର୍ତ୍ତା ରହିଥିଲା। ଏହି ସଭାରେ ଅଣ୍ଡିଆ ସାହି ଗ୍ରାମ ମଙ୍ଗଳ ସମିତି ସଭାପତି ବିବେକାନନ୍ଦ ପାତ୍ର, ମେଡିକାଲ ର ଫାର୍ମାସିଷ୍ଟ ଆଇ. ତ୍ରିନାଥ ପାତ୍ର, ଯୋଗ ମହୋତ୍ସବ ସମିତି ସଂଯୋଜକ ସତ୍ୟ ନାରାୟଣ ମିଶ୍ର, ଭାଗିରଥି ଓଝା, ମୁନୁ ଅଗ୍ରୱାଲ, ତପନ ପ୍ରଧାନ,ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଭୀଷ୍ମ ନାରାୟଣ ସାହୁ…ପ୍ରମୁଖ ଯୋଗ ଦେଇଥିଲେ । ଏଥିରେ ଯୋଗ ଗୁରୁ ସ୍ୱାର୍ନେଶ୍ୱର ମୁଦୁଲି, ପୂଜା, ଅମୁଲ୍ୟ, ଦେବାଶିଷ ପ୍ରଧାନ ପ୍ରମୁଖ ଯୋଗ ଶିକ୍ଷା ଦେଇଥିଲେ। ନିର୍ଦେଶକ ଉମାଶଙ୍କର ଆଚାର୍ଯ୍ୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ. ସବୁଠୁ ବଡ଼ କଥା ଯେ, ଉମାଶଙ୍କର ଯୋଗାଶ୍ରମର ୩୭ଜଣ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇ ଆତ୍ମ ନିଯୁକ୍ତି ପାଇ ସାରିଛନ୍ତି। ସେଥିପାଇଁ ଖୁସିର ଲହରୀ ଖେଳି ଯାଇଛି, ଆଜି ର ଆନ୍ତର୍ଜାତୀୟ ଯୋଗ ଦେବସରେ ପାଖ ପାଖି ୧୫୦ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *