ରାଜ୍ୟ

ବି.ଇଡ୍ କଲେଜରେ ସିଟ୍ ବ୍ଲକିଙ୍ଗ ଅଭିଯୋଗ

Spread It

ନିମାପଡ଼ା ୩୦/୦୬(ଏପିନ୍ୟୁଜ୍‌) ବିଇଡି ପ୍ରବେଶିକା ପରୀକ୍ଷାରେ ବ୍ୟାପକ ଦୁର୍ନୀତି ପଦାକୁ ଆସିଛି। ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ରାଜ୍ୟ ଚୟନ ମଣ୍ଡଳୀ ବିବାଦୀୟ ହୋଇପଡ଼ିଛି । ଏହି ଚୟନ ମଣ୍ଡଳୀ ମାଧ୍ୟମରେ ଶହ ଶହ ବିଇଡି କଲେଜରେ ନାମ ଲେଖାଇଥାନ୍ତି। ଚଳିତ ବର୍ଷ ବିଇଡିରେ ୨୭ଶହ ସିଟ୍ ରହିଥିବା ବେଳେ ୧ଲକ୍ଷ୩୦ହଜାର୫ ଛାତ୍ରଛାତ୍ରୀ ପ୍ରବେଶ ପରୀକ୍ଷା ଦେଇଥିଲେ। ତେଣୁ ଛାତ୍ରଛାତ୍ରୀଙ୍କ ଆଗ୍ରହକୁ ଦେଖି ସିଟ୍ ବିକ୍ରି ଯୋଜନା ସୁଚିନ୍ତିତ ଉପାୟରେ ପ୍ରସ୍ତୁତ କରାଯାଇଥିଲା । ପାଖାପାଖି ୨୦୦ ସିଟ୍ ବିକ୍ରି କରାଯାଇଥିବା ଓ ପ୍ରତି ସିଟ୍ ପାଇଁ ଦେଢ଼ ଲକ୍ଷରୁ ୨ଲକ୍ଷ ଟଙ୍କା କାରବାର ହୋଇଥିବା ଜଣା ପଡିଛି । ଅଗ୍ରୀମ ଆକାରରେ ୧ଲକ୍ଷ ଟଙ୍କା ଛାତ୍ରଛାତ୍ରୀମାନଙ୍କଠାରୁ ନିଆଯାଇଛି । ନାମଲେଖା ଶେଷ ହେବାପରେ ଅବଶିଷ୍ଟ ଟଙ୍କା ଦେବାକୁ କୁହାଯାଇଛି। ଏହି କାରବାରରେ ଜନୈକ ବରିଷ୍ଠ ଅଧିକାରୀଙ୍କ ଡ଼୍ରାଇଭର ସମସ୍ତ ପ୍ରକାର ନେଣେଦେଣ କାରବାର କରୁଥିବାର ଅଭିଯୋଗ ହୋଇଛି। ଜାଲିଆତି କରି ଏହି ପିଲାଙ୍କୁ ବିଇଡ଼ି ସିଟ୍ ଦିଆଯିବାକୁ ବ୍ୟବସ୍ଥା କରାଯାଇଥିବାରୁ ପରୀକ୍ଷାର୍ଥୀମାନେ ନିଜ ନିଜ ମାର୍କ ସମ୍ପର୍କରେ ଯେପରି ଅବଗତ ହୋଇ ପାରିବେ ସେଥିପାଇଁ ପ୍ରୋଭିଜିନାଲ୍ ଆନସର୍ କି ବ୍ୟବସ୍ଥା ରହିଛି ମାତ୍ର ତାହା ପ୍ରକାଶ କରାଯାଉନାହିଁ । ସିଟ୍ ବ୍ଲକ୍ କରି ଗଳାବାଟ ଦେଇ ବିକ୍ରି କରାଯାଉଛି। ସୂଚନାଯୋଗ୍ୟ ଦୀର୍ଘଦିନ ହେଲା ଏସ୍‌ଏସବିର ନିୟମିତ ବୋର୍ଡ଼ ଗଠନ ହୋଇନାହିଁ । ଏପରିକି ବିଏଡ଼ ପରୀକ୍ଷା ପରିଚାଳନା ପୂର୍ବରୁ ମଧ୍ୟ ବୋର୍ଡ଼ ବସିନଥିବା ଜଣାପଡ଼ିଛି । ଫଳରେ ପରୀକ୍ଷା ପରିଚାଳନା ସମ୍ପର୍କିତ ନିଷ୍ପତି କିଏ ନେଇଛି ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରୋଭିଜିନାଲ୍ ଆନସାର୍ କି ପ୍ରକାଶ ନକରିବା ଛାତ୍ରଛାତ୍ରୀଙ୍କ ଠାରୁ ଆପତି ଆହ୍ୱାନ ନ ଏହି ସମୟରେ ମେଧାବୀ ଛାତ୍ରମାନେ ବିଇଡି ସିଟ୍ ପାଇବାରୁ ବଂଚିତ ହେଉଛନ୍ତି।

Leave a Reply

Your email address will not be published. Required fields are marked *