Skip to content
- ଶ୍ରୀଗୁଣ୍ଡିଚା ମନ୍ଦିର ରୁ ଦୁଇ ମୋବାଇଲ ଜବତ
ପୁରୀ ୨/୭ ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ କୁ ମୋବାଇଲ କ୍ୟାମେରା ଇତ୍ୟାଦି ପ୍ରବେଶ ନିଷେଧ ସମ୍ପର୍କରେ ବାରମ୍ବାର ଡାକବାଜି ମାଧ୍ୟମରେ, ପ୍ରଚାର ପତ୍ର ଇତ୍ୟାଦି ମାଧ୍ୟମରେ ସମସ୍ତଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କିଛି ଅମାନିଆ ଏହାକୁ ଉଲ୍ଲଘଂନ କରୁଛନ୍ତି।ଆଜି ମନ୍ଦିର ମଧ୍ୟ କୁ ୨ ଜଣ ମୋବାଇଲ ନେଇ ଯାଇଥିବା ଧରାପଡିବା ପରେ ମୋବାଇଲ କୁ ଜବତ କରାଯାଇଛି।କୌଣସି ଶ୍ରଦ୍ଧାଳୁ ମନ୍ଦିର ମଧ୍ୟ କୁ ମୋବାଇଲ, କ୍ୟାମେରା ଇତ୍ୟାଦି ନ ନେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯିବା ସହ ଏହାର ଉଲ୍ଲଘଂନ କ୍ଷେତ୍ରରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦିଆଯାଇଛି।
- ଆଜି ପ୍ରଭୁ ଶ୍ରୀବଳଭଦ୍ର ଓ ମା ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ ହୋଇ ସାରିଛି।ତେବେ ସଂଧ୍ୟା ହୋଇଯିବା ଓ ବର୍ଷା କାରଣରୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଆଜି ଦକ୍ଷିଣ ମୋଡ ହୋଇ ପାରି ନାହିଁ।ଆସନ୍ତା କାଲି ସକାଳ ୯ ଘଟିକା ରେ ଏହି ନନ୍ଦିଘୋଷ ଦକ୍ଷିଣ ମୋଡ ପାଇଁ ରଥ ଟଣା ଆରମ୍ଭ ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଉଛି।