ରାଜ୍ୟ

ବାବା ବାସୁ‌ଦେବ ମଠର ମୁଲ୍ୟବାନ ସମ୍ପତ୍ତି ହଡ଼ପ ପାଇଁ ଚକ୍ରାନ୍ତ

Spread It

ବାବା ବାସୁ‌ଦେବ ମଠର ମୁଲ୍ୟବାନ ସମ୍ପତ୍ତି ହଡ଼ପ ପାଇଁ ଚକ୍ରାନ୍ତ

ନିମାପଡ଼ା, ୫/୭(ଏପିନ୍ୟୁଜ) ସ୍ଥାନୀୟ ଏନ.ଏ.ସି ୧୦ ନଂ ୱାର୍ଡ଼ ଅନ୍ତର୍ଗତ ନୁହାରକିରୀ ଗ୍ରାମରେ ଥିବା ବାବା ବାସୁଦେବ ମଠରେ ବିଶୃଙ୍ଖଳା ଦେଖାଦେଇଛି। ମଠର ପ୍ରତିଷ୍ଠାତା ସନ୍ୟାସୀ ଗୁରୁ ଧଡ଼ି ଓଝାଙ୍କ ଏବଂ ସନ୍ୟାସିନୀ ମାତା ସୁଲୋଚନା ଦେବୀଙ୍କ ଦେହବସାନପରେ କେତେକ ନେତ୍ରସ୍ବାର୍ଥ ଗୋଷ୍ଠୀ ମଠର ସୁପରିଚାଳନା କରିବା ପରିବର୍ତ୍ତେ ଏହି ଗୋଷ୍ଠୀ ମଠର ମୂଲ୍ୟବାନ ସମ୍ପତିକୁ ହଡ଼ପ କରିବାପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ମଠର ସମ୍ପତ୍ତିକୁ ରକ୍ଷା କରିବା ଅଧୀଷ୍ଠାତା ଠାକୁରଙ୍କ ଦୈନଦିନ ନୀତି ଓ ପୁଜା ଅର୍ଚ୍ଚନା ପର୍ବପର୍ବାଣୀ ଯଥାରୀତି କରିବାପାଇଁ ଏକ କମିଟି ବା ଟ୍ରଷ୍ଟଗଠନକରିବାକୁ ଦାବୀ କରାଯାଇଛି। ମଠର ପରିଚାଳନା ଭାର ଟ୍ରଷ୍ଟକୁ ହସ୍ତାନ୍ତର କରିବାକୁ ବ୍ରହ୍ମଚାରୀ ଦିଗମ୍ବର ବଳବାନ ଗିରି ଏବଂ ମଠର ଚେଲା ପ୍ରଭାକର ଦାସ ଦାବୀ କରିଛନ୍ତି। ବାସୁଦେବ ମଠର ୧୯୬୫ ମସିହାରେ ସନ୍ୟାସି ଧଡ଼ି ଓଝାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା।  ସୁଲୋଚନା ଦେବୀ ୧୯୭୨ ରେ ସନ୍ୟାସିନୀ ଦିକ୍ଷା ଗ୍ରହଣ ମଠର ଗୁରୁମାତା ଭାବେ ପରଚିତ ହୋଇ ମଠର ପରିଚାଳନା ୧୯୭୦  ମସିହାରେ କହ୍ନପୁର ଗ୍ରାମର ପ୍ରଭାକର ଦାସ ମଠର ଚେଲାଭାବେ ଦୀକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଅଚ୍ୟୁତ ଦାସ ନାମକ ଧର୍ମପରାୟଣ ବ୍ୟକ୍ତି ଏହି ମଠର ଦୀକ୍ଷା ଗ୍ରହଣ କରି ସେବା ପୂଜାରେ ନିମଗ୍ନ ହୋଇଥିଲେ। ଏବଂ ବିଭିନ୍ନ ସ୍ଥାନରୁ ଭିକ୍ଷାକରି ମଠର ୭ଏକରରୁ ଉର୍ଦ୍ଧ ଜମିବାଡ଼ି କ୍ରୟ କରିଥିଲେ। ଦିଗମ୍ବର ବଳବାନ ଗିରି ମାତା ସୁଲୋଚନା ଦେବୀଙ୍କ ପରାମର୍ଶ କ୍ରମେ ମଠ ପରିଚାଳନା କରୁଥିଲେ। ମଠର ମୁଖ୍ୟ ଚେଲା ବଳବାନ ଗିରି ମଠର ଦୈନଦିକାର୍ଯ୍ୟ ତଦାରଖ କରିବା ପର୍ବପର୍ବାଣୀ ଓ ବାବାମାତାଙ୍କ ଶ୍ରାଦ୍ଦ ଆଦି କାର୍ଯ୍ୟକ୍ରମ ପରିଚାଳନା କରିଆସୁଛନ୍ତି। କେତେକ ଖଳ ପ୍ରକୃତିର ଲୋକମାନେ ଯୋର ଜବରଦସ୍ତ ମଠ କାର୍ଯ୍ୟରେ ହସ୍ତକ୍ଷେପ କରି ମଠସମ୍ପତ୍ତି ହଡ଼ପ କରିବାକୁ ଉଦ୍ୟମ ଚଳାଇଥିବା ମଠର ଶହଶହ ଦୀକ୍ଷା ନେଇଥିବା ଭକ୍ତମାନେ ଓ ନୁହାରକିରି ଗ୍ରାମବାସୀ ସମେତ ଚେଲା ଦିଗମ୍ବର ଗିରି ପ୍ରସାଶନ ନିକଟରେ ଟ୍ରଷ୍ଟ ଗଠନ କରି ପରିଚାଳନା ପରିଷଦ ଗଠନ କରିବାକୁ ଦାବୀ କରିଛନ୍ତି।

Leave a Reply

Your email address will not be published. Required fields are marked *