ରାଜ୍ୟ

କାନାରା ବ୍ୟାଙ୍କ ପକ୍ଷରୁ ପଞ୍ଚାୟତ ସ୍ତତୀୟ ପରିପୂର୍ତ୍ତି ଅଭିଯାନ ଓ ବନ ମହୋତ୍ସବ

Spread It

କାନାରା ବ୍ୟାଙ୍କ ପକ୍ଷରୁ ପଞ୍ଚାୟତ ସ୍ତତୀୟ ପରିପୂର୍ତ୍ତି ଅଭିଯାନ ଓ ବନ ମହୋତ୍ସବ

ଗୋପ :-୦୫/୦୭ (ଏପିନ୍ୟୁଜ)  ପୁରୀ ଜିଲ୍ଲା ଗୋପ ବ୍ଲକ ଧୁମାଳ ଶାଖା କାନାରା ବ୍ୟାଙ୍କ ଶାଖା ପରିଚାଳକ କୃତିଦାସ ଓଝା ଙ୍କ ନେତୃତ୍ୱରେ ଦେସ୍ଥଳୀ ପଞ୍ଚାୟତ କାର୍ଯ୍ୟଳୟ ପରିସର ରେ ଏକ ଜନସୁରକ୍ଷା ଯୋଜନା ଜିଲ୍ଲାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ପରିପୂର୍ତ୍ତି ଅଭିଯାନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଅଞ୍ଚଳ କାର୍ଯ୍ୟଳୟ ଭୁବନେଶ୍ୱରର ମଣ୍ଡଳ ପ୍ରବନ୍ଧକ ସନ୍ତୋଷ କୁମାର ଦାସ ସମ୍ନାନିତ ଅତିଥି  କୃଷି ସମ୍ପ୍ରସାରଣ ଅଧିକାରୀ ମେଘା କୁମାରୀ ଯୋଗଦେଇଥିଲେ । ବ୍ୟାଙ୍କ ସେବା କିଭଳି ଭାବେ ସାଧାରଣ ଲୋକ ମାନଙ୍କ ପାଖରେ ପହଞ୍ଚିବା ସହିତ ଜନ ସୁରକ୍ଷା ଯୋଜନା ତଥା ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ରେ ଖାତା ଖୋଲିବା ,ପ୍ରଧାନମନ୍ତ୍ରୀ ଜୀଵନ ଜ୍ୟୋତି ବୀମା ଯୋଜନା ,ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ,ଅଟଳ ପେନସନ ଯୋଜନା , ସୁକନ୍ୟା ଯୋଜନା ନିଷ୍କ୍ରିୟ ହୋଇଯାଇଥିବା ଖାତାର ପୁନଃ ପ୍ରମାଣିକରଣ ,ଡିଜିଟାଲ ଧୋକାଧାଡି ,ଅନକ୍ଲେମଡ଼ ଜମାରାଶି ଏବଂ ଅଭିଯୋଗ ବିଷୟରେ ସଚେତନତା କରିଥିଲେ । ଏହି ଅଭିଯାନ ଓ ବନ ମହୋତ୍ସବ କାର୍ଯ୍ୟକ୍ରମ ରେ କାନାରା ବ୍ୟାଙ୍କ କର୍ମଚାରୀ ସୁସିଲି ସିଂ ,ସୁବାସ ନାୟକ ,ୱାର୍ଡ ସଭ୍ୟ ସୁଜ୍ଞାନୀ ମଲ୍ଲିକ ବ୍ୟାଙ୍କ ମିତ୍ର ରେଖା ନନ୍ଦ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଦେସ୍ତଳୀ ପଞ୍ଚାୟତର  ବିଶ୍ଵରୂପା ମହିଳା ଶକ୍ତି ସଙ୍ଗଠନ ର ସଭାନେତ୍ରୀ ,ସମ୍ପାଦିକା ,ଏମ ବି କେ ,ବିଶି ,ସି ଆର ପି ସହିତ ୨ଶହ ରୁ ଉର୍ଦ୍ଧ୍ବ ମହିଳା ପୁରୁଷ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *