ରାଜ୍ୟ

ନବମ ମୁଲକର ପ୍ରାଚୀ ମୁଲକ ତୈଳିକ ବୈଶ୍ୟ ସମାଜ ବୈଠକ ଓ ନୂତନ କର୍ମକର୍ତା ନିଯୁକ୍ତି

Spread It

ନବମ ମୁଲକର ପ୍ରାଚୀ ମୁଲକ ତୈଳିକ ବୈଶ୍ୟ ସମାଜ ବୈଠକ ଓ ନୂତନ କର୍ମକର୍ତା ନିଯୁକ୍ତି

ଚାରିଛକ :- (ଏପିନ୍ୟୁଜ) ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ତୁଳସୀପୁର ସାଇକ୍ରିଷ୍ନା ମଣ୍ଡପରେ ନବମ ମୂଳକର ପ୍ରାଚୀ ମୁଲକ ତୈଳିକ ବୈଶ୍ୟ ସମାଜ ର ବୈଠକ ଓ ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ଓ ନୂତନ କର୍ମକର୍ତା ଚୟନ ସଭାରେ ପ୍ରାଚୀ ମୁଲକ ତୈଳିକ ବୈଶ୍ୟ ସମାଜର ସଭାପତି ଗୁରୁ କୀଙ୍କର ଯେଠି ସଭାରେ ସଭାପତିତ୍ୱ କରିଥିଲେ । କିଭଳି ଭାବେ ଏହି ତୈଳିକ ସମାଜ ଆଗକୁ ଉନ୍ନତି କରିବା ସହିତ ଅଞ୍ଚଳର ନା ଗୌରବ ରଖିବ ଏହି ସଭାରେ ଆଲୋଚନା କରାଯାଇଥିଲା। ଚଳିତ ବର୍ଷ ହେବାକୁ ଥିବା ବୋଇତ ବନ୍ଦାଣ ଉତ୍ସବ ରେ ଏହି ଅଞ୍ଚଳରେ ଥିବା ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା । ଉକ୍ତ ବୈଠକରେ  ପ୍ରାଚୀ ମୁଲକ ତୈଳିକ ବୈଶ୍ୟ ସମାଜର କାର୍ଯ୍ୟ କାରୀ ସଭାପତି ଶିଖର ସାହୁ ନୂତନ କର୍ମକର୍ତା ଙ୍କ ନାମ ଘୋଷଣା କରିଥିଲେ । ନବମ ମୁଲକ ର ନୂତନ କର୍ମକର୍ତା ଭାବେ ଆର୍ତ୍ତତ୍ରାଣ ଦାସ ସଭାପତି ଭାବେ  ଉପସଭାପତି ପ୍ରକାଶ ଚନ୍ଦ୍ର ସାହୁ , ସମ୍ପାଦକ ଅକ୍ଷୟ କୁମାର ସାହୁ , ସହ ସମ୍ପାଦକ ଚିତରଞ୍ଜନ ପୃଷ୍ଟି କୋଷକ୍ଷ ବ୍ରଜକିଶୋର ସାହୁ (ବଜୁନି) କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ ଅନୁଷ୍ଠାନକୁ ଶୃଙ୍ଖଳାର ସହିତ ନିଷ୍ଠାପର ଭାବରେ ଚଲାଇବା ପାଇଁ ଦଶମ ମୁଲକ ସଭାପତି ପ୍ରଣୟ କୁମାର ସାହୁ ନୂତନ କର୍ମକର୍ତା ଙ୍କୁ ଜଗନ୍ନାଥ ପାଖରେ ଶପଥ ଗ୍ରହଣ କରାଇଥିଲେ । ଏହି ବୈଠକରେ ପ୍ରାଚୀ ମୁଲକ ତୈଳିକ ବୈଶ୍ୟ ସମାଜର ସଭାପତି ବ୍ରଜକିଶୋର ସାହୁ, ସମ୍ପାଦକ ବିରଞ୍ଚି ନାରାୟଣ ଦାସ ସହିତ ପ୍ରଫୁଲ୍ଲ କୁମାର ସାହୁ ,ପ୍ରମୋଦ ସାହୁ ,ଗୋବିନ୍ଦ ସାହୁ ,ଗଗନ କୁମାର ସାହୁ , ଶଙ୍କର ସାହୁ ,ଭାଗିରଥି ସାହୁ ,ମଙ୍ଗୁଳି ସାହୁ ଆଲୋକ ସାହୁ ,ଶରଣ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ବିଭିନ୍ନ ଅଞ୍ଚଳରୁ ଶତାଧିକ ତୈଳିକ ସମାଜର ସଭ୍ୟ ମାନେ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *