ଚାରିଛକ ଥାନା ଅଂଚଳରୁ ଚୋରୀ ଗାଡି ପିପିଲିରୁ ଉଦ୍ଧାର ୨ ଜଣ ଗିରଫ
ଚାରିଛକ ଥାନା ଅଂଚଳରୁ ଚୋରୀ ଗାଡି ପିପିଲିରୁ ଉଦ୍ଧାର ୨ ଜଣ ଗିରଫ
ଚାରିଛକ, (ଏପିନ୍ୟୁଜ) ଚାରିଛକ ପୁଲିସ ଲଗାତର ଦୁଇଟି ଚୋର ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ଚାରିଛକ ଥାନା ଅନ୍ତର୍ଗତ ଅଳକୁଣ୍ଡ ଗ୍ରାମରୁ ସୋମବାର ରାତିରେ ଏକ ବୋଲେରା ପିକପ ଗାଡି ଓଡି୦୨ୟୁ୧୩୨୮ ଚୋରିଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ୭/୫/୨୫ରେ ପୁଲିସ ଏକ ମାମଲା ଦାୟରକରି ତଦନ୍ତ ଚାଲୁ ରଖୁଥିଲା । କୌଣସି ସତ୍ରରୁ ଖବର ପାଇଁ ଚାରିଛକ ଥାନା ଅଧିକାରୀ ମମତା ବିଶ୍ଵାଳଙ୍କ ନେତୃତ୍ବରେ ଏଏସଆଇ ସବିତା କୁମାରୀ ଦାବୀ,କୈଳାସ ପ୍ରଧାନ ସଦଳବଳେ ପିପିଲି ଅଂଚଳରୁ ଉକ୍ତ ଗାଡିଟିକୁ ଜବତ କରିବା ସହିତ ୨ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ପିପିଲି ଥାନା ଅଞ୍ଚଳର ଅଜୟ କୁମାର ସୁକଳ ଓ ଅନ୍ୟଜଣେ ଗୋପ ଥାନା ଅଞ୍ଚଳର ରମଜାନ ଖାଁ ବୋଲି ପୁଲିସ ଜଣିବାକୁ ପାଇଛି । ଆଜି ଉଭୟଙ୍କୁ କୋର୍ଟ ଚାଲଣ କରାଯାଇଛି ।
