ପଞ୍ଚାୟତ ନିୟମକୁ ଉପେକ୍ଷା। ବିଡ଼ିଓ ମନମାନିରେ କାର୍ଯ୍ୟାଦେଶ ବାଣ୍ଟୁଥିବା ସରପଞ୍ଚ ସଂଘର ଅଭିଯାଗ
ପଞ୍ଚାୟତ ନିୟମକୁ ଉପେକ୍ଷା। ବିଡ଼ିଓ ମନମାନିରେ କାର୍ଯ୍ୟାଦେଶ ବାଣ୍ଟୁଥିବା ସରପଞ୍ଚ ସଂଘର ଅଭିଯାଗ
ନିମାପଡ଼ା,୧୪/୭(ଆଜିପର୍ଯ୍ୟନ୍ତ) ଗ୍ରାମ ପଞ୍ଚାୟତ ଆଇନକୁ ଉଲଘଂନ କରି ବିଡ଼ିଓ ନିଜ ମନମାନିରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସଂପାଦନକାରଙ୍କ ନାମ ଚୟନ କରିବାକୁ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବାରୁ ସରପଞ୍ଚ ସଂଘ ପ୍ରତିବାଦ କରିଛି। ମିଳିଥିବା ସୂଚନାରୁ ପ୍ରକାଶ ଗ୍ରାମାଞ୍ଚଳର ଭିତ୍ତିଭୂମି ଦୃଢ କରିବାପାଇଁ ରାଜ୍ୟସରକାର ବିକଶିତ ଗାଁ ଓ ବିକଶିତ ଓଡ଼ିଶା ନାମରେ ଏକ ଯୋଜନା ରାଜ୍ୟସରକାର ଆରମ୍ଭ କରିଛନ୍ତି। ନିମାପଡ଼ା ବ୍ଲକ ଅଧିନସ୍ଥ୩୨ଟି ପଞ୍ଚାୟତରେ ଉକ୍ତି ଯୋଜନା କାର୍ଯ୍ୟକାରୀ ହେବ। ନିଜ ନାମ ଗୋପନ ରଖିବା ସର୍ତ୍ତରେ ଜଣେ କର୍ମଚାରୀ କହିଛନ୍ତି ଛୋଟ ପଞ୍ଚାୟତ ପାଇଁ ୫ରୁ ୭ଲକ୍ଷ ବଡ଼ ପଞ୍ଚାୟତ ଗୁଡ଼ିକ ପାଇଁ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଏହି ଯୋଜନାରେ ଖର୍ଚ୍ଚ ହେବ। ଏହି ପ୍ରକଳ୍ପ ଗୁଡ଼ିକ ଗ୍ରାମସଭାରେ ସଂଖ୍ୟା ଗରିଷ୍ଠ ସଭ୍ୟଙ୍କ ଭୋଟ ଦ୍ବାରା ନିଷ୍ପତିହୋଇ ଗୃହିତ ହୋଇଥାଏ। କିନ୍ତୁ ନିମାପଡ଼ା ବ୍ଲକ ବିଡ଼ିଓ ନିଜ ଇଛାରେ ପଞ୍ଚାୟତ ୩୨ଟି ପଞ୍ଚାୟତର ଗ୍ରାମସଭାକୁ ଉପେକ୍ଷାକରି ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟସଂପାଦକ ନାମ ଚୁଡ଼ାନ୍ତ କରିଥିବାରୁ ସରପଞ୍ଚମାନେ ଅସନ୍ତୁଷ୍ଟ ହୋଇଛନ୍ତି। ଏ ନେଇ ନିମାପଡ଼ା ବ୍ଲକର ସରପଞ୍ଚମାନେ ଏକାଠି ହୋଇ ଆଜି ଅପରାହ୍ନ ୧ଟାରୁ ୨ଟା ପର୍ଯ୍ୟନ୍ତ ଏକ ଘଣ୍ଟା କାଳ ବିଡ଼ିଓ ଶ୍ରୀ ଷଡ଼ଙ୍ଗୀସହ ଆଲୋଚନା କରିଥିଲେ। ବିଡ଼ିଓଙ୍କ ସହିତ ୩୨ ଜଣ ସରପଞ୍ଚଙ୍କ ମଧ୍ୟରୁ ୨୪ ଜଣ ସରପଞ୍ଚ ସଂଘର ସଭାପତିଙ୍କ ଉପସ୍ଥିତିରେ ଭେଟି ଆଲୋଚନା କରିଥିବା ସୂଚନା ମିଲିଛି। ଏକ ସୁତ୍ରରୁ ପ୍ରକାଶ କବାଟ କିଳା ବୈଠକରେ ବିଡ଼ିଓ ଡ଼ା ଅଭିଜିତ ଷଡ଼ଙ୍ଗୀ ସରପଞ୍ଚ ମାନଙ୍କୁ ମୋବାଇଲ ବନ୍ଦ କରିବାକୁ କହିଥିଲେ। କାରଣ ସେ ଯାହାକହୁଛନ୍ତି ତାହା ନିୟମ ବିରୁଦ୍ଧ ବୋଲି ବିଡ଼ିଓ ଷଡ଼ଙ୍ଗୀ କହିଥିଲେ। ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ସରପଞ୍ଚମାନଙ୍କ ଅଭିଯୋଗ ଶୁଣିବା ପରେ ସରପଞ୍ଚମାନଙ୍କୁ କହିଥିଲେ ଉପମୁଖ୍ୟମନ୍ତ୍ରୀ ଦେଖା କର ସମାଧାନ ହେବ। ନିୟମ ଅନୁସାରେ ପଲ୍ଲୀସଭାରେ ସଧାରଣ ବୈଠକ ପୂର୍ବରୁ ଡ଼େଙ୍ଗୁରା ମାଇକ ଦ୍ବାରା ପ୍ରଚାର କରାଯାଇଥାଏ। ସଂଖ୍ୟା ଗରିଷ୍ଠ ସଭ୍ୟଙ୍କ ଅନୁମୋଦନ ପାଇବାପରେ ପ୍ରକଳ୍ପ ଗୃହୀତ ହୋଇଥାଏ। ପ୍ରକଳ୍ପର କାର୍ଯ୍ୟସଂପାଦନ କରିବା ବ୍ୟକ୍ତିଙ୍କ ନାମ ମଧ୍ୟ ଚୟନ କରାଯାଇଥାଏ। କିନ୍ତୁ ବିଡ଼ିଓ ସର୍ବେସବାର୍ ହୋଇ ନିମାପଡ଼ା ବ୍ଲକରେ ପଞ୍ଚାୟତରାଜ ନିୟମକୁ ସମ୍ପୂର୍ଣ୍ଣ ରୁପେ ଉଲଘଂନ କରି ବିଡ଼ିଓ ଶ୍ରୀ ଷଡ଼ଙ୍ଗୀ ସରପଞ୍ଚମାନଙ୍କ ଅଗୋଚରରେ ପ୍ରକଳ୍ପର କାର୍ଯ୍ୟସଂପାଦନ କାରୀଙ୍କ ନାମ ଚୂଡ଼ାନ୍ତ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି। କିଛି ସରପଞ୍ଚ ଏହି ପ୍ରତିନିଧିଙ୍କୁ କହିଛନ୍ତି ଏହି ଘଟଣାକୁ ନେଇ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବୁ। ବିଡ଼ିଓଙ୍କ ସହ ଆଲୋଚନାବେଳେ ସରପଞ୍ଚ ସଂଘଙ୍କ ନିଷ୍ପତିକ୍ରମେ ହରିଶ୍ଚନ୍ଦ୍ର ଯୋଜନାରେ ମୃତ ବ୍ୟକ୍ତିର ପରିବାରକୁ ୩ହଜାର ଟଙ୍କା ସାହାଯ୍ୟ ମିଳୁଥିଲା। କିନ୍ତୁ ଏବେ ଅନଲାଇନ କରାଯାଉଥିବାରୁ ମୃତ ବ୍ୟକ୍ତିର ବର୍ଷିକିଆ ଚାଲି ଯାଉଛି ପଛେ ମୃତ ବ୍ୟକ୍ତିର ପରିବାରକୁ ଆର୍ଥିକ ସାହାଯ୍ୟ ମିଳୁନାହିଁ ବୋଲି ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମତାମତ ନେବାପାଇଁ ବିଡ଼ିଓଙ୍କୁ ଅପରାହ୍ନ ୪.୪୫ରେ ଫୋନ କରାଯାଇଥିଲା କିନ୍ତୁ ଉଠାଇନଥିଲେ।
