ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ନିମାପଡା କଲେଜ ଛାତ୍ର ଛାତ୍ରୀଙ୍କ ପ୍ରତିବାଦ
ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ନିମାପଡା କଲେଜ ଛାତ୍ର ଛାତ୍ରୀଙ୍କ ପ୍ରତିବାଦ
ନିମାପଡ଼ା,୧୫/୭(ଆଜିପର୍ଯ୍ୟନ୍ତ)ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣା ପରେ ଆଜି ନିମାପଡ଼ା ସ୍ବୟଂଶାସତ ମହାବିଦ୍ୟାଳୟର ଛାତ୍ର-ଛାତ୍ରୀମାନେ ଜୋରଦାର ପ୍ରତିବାଦ କରିଛନ୍ତି। ନିମାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ର ଅଖିଳ ଭାରତ ଛାତ୍ର ସଂଘ (AISF) ୟୁନିଟ ପକ୍ଷରୁ ସୋନାଲି ପ୍ରଧାନଙ୍କ ନେତୃତ୍ୱରେ ଆଜି ମହାବିଦ୍ୟାଳୟର ମୁଖ୍ୟ ଫାଟକ ସାମ୍ନାରେ ଏକ ସ୍ୱତଃସ୍ଫୂର୍ତ୍ତ ପ୍ରତିବାଦ ଅନୁଷ୍ଠିତ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ରକରି ଛାତ୍ରମାନେ କଲେଜ ପ୍ରଶାସନ, ପୋଲିସ୍ ଏବଂ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ତୀବ୍ର ଅଭିଯୋଗ ଉଠାଇଛନ୍ତି। ମୃତ ଛାତ୍ରୀ ସୋମ୍ୟାଶ୍ରୀଙ୍କ ଅଭିଯୋଗକୁ ଅଣଦେଖା କରିବା ଫଳସ୍ୱରୂପ ତାଙ୍କ ମୃତ୍ୟୁ ହୋଇଥିଲା। ଏହି ଆନ୍ଦୋଳନରେ ସୌମ୍ୟା ଶାଶ୍ଵତୀ ସାହୁ, ପୁଜା ବିଶ୍ଵାଳ, ସୋନାଲି ସାହୁ, ସଙ୍ଗୀତା ପାତ୍ର, ବିଶ୍ଵଭୂଷଣ ମହାରଣା, ସୋରୁପ ବେଉରା, ସତ୍ୟ ମିଶ୍ର, ମୁକେଶ ଭୋଇ, ସୋମେଶ ସ୍ୱାଇଁ ସମେତ ପ୍ରାୟ ୧୦୦ରୁ ଅଧିକ ଛାତ୍ର-ଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନେ କହିଛନ୍ତି ଯେ ଯଦି ଜଲ୍ଦି କାର୍ଯ୍ୟକାରୀ ପଦକ୍ଷେପ ନିଆନଯାଏ, ତେବେ ବିରୋଧ ପ୍ରଦର୍ଶନ ଜାରି ରଖାଯିବ।
