ରାଜ୍ୟ

କଂଗ୍ରେସ ଓ ବାମପନ୍ଥୀ ୧୨ ଘଟିଂଆ ବନ୍ଦ ଆନ୍ଦୋଳନ ଶାନ୍ତିପୁର୍ଣ୍ଣ

Spread It

କଂଗ୍ରେସ ଓ ବାମପନ୍ଥୀ ୧୨ ଘଟିଂଆ ବନ୍ଦ ଆନ୍ଦୋଳନ ଶାନ୍ତିପୁର୍ଣ୍ଣ
ନିମାପଡ଼ା, (ଏପି ନ୍ୟୁଜ) ଆଜି ସିପିଆଇ ଏବଂ କଂଗ୍ରେସ ଦଳ ପକ୍ଷରୁ ଦିଆଯାଇଥିବା ୧୨ଘଟିଂଆ ଓଡ଼ିଶା ବନ୍ଦ ଡ଼ାକର ଶାନ୍ତପୁର୍ଣ୍ଣ ଭାବରେ ନିମାପଡ଼ା ଅଚଂଳରେ ଶେଷ ହୋଇଛି। ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀର ଆତ୍ମଦାହ ଓ ରାଜ୍ୟରେ ନାରୀ ମାନେ ସୁରକ୍ଷିତ ନୁହଁନ୍ତି ଡ଼ାକରାରେ ଓଡ଼ିଶା ବନ୍ଦ ଡ଼ାକରା ଦିଆଯାଇଥିଲା। ନିମାପଡ଼ା ସହରାଚଂଳ ସହିତ ଖେଳାର ବଳଙ୍ଗା, ଚାରିଛକ ଇତ୍ୟାଦି ସ୍ଥାନରେ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର କର୍ମୀମାନେ ଆନ୍ଦୋଳନ କରିବା ସହ ରାସ୍ତା ଅବରୋଧ କରିଥିଲେ। ନିମାପଡ଼ା ରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିଥିବାବେଳେ ସରକାରୀ ଅଫିିସ ଗୁଡ଼ିକରେ କିଛି ବାବୁ ଓ କର୍ମଚାରୀମାନେ ବାହରୁ ବନ୍ଦକରି କାର୍ଯ୍ୟକରୁଥିଳେ। ବ୍ୟାଙ୍କ ଗୁଡ଼ିକ ବନ୍ଦ ରହିଥିଲା । ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦଥିଲା। ଦିନ ମଜୁରିଆ,ନିର୍ମାଣ ଶ୍ରମିକମାନେ ବନ୍ଦରେ ସାମିଲ ହୋଇନଥିଲେ। ସେମାନେ ତାଙ୍କ କର୍ମକ୍ଷେତ୍ରରେ ରହି କାମ କରୁଥିବା ଜଣାଯାଏ। ସିପିଆଇ ଦଳର ଦେବେନ୍ଦ୍ରସାହୁ ସନାତନ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ, ଫ୍ରଫୁଲ ସାହୁ ଛତ୍ରନେତା ପପୁ ରାଉତ ନେତୃତ୍ୱ ନେଇଥିବାବେଳେ କଂଗ୍ରେସ ଦଳର କାଳନ୍ଦି ବାରିକ, ଦେବେନ୍ଦ୍ର ପ୍ରଧାନ, ନବଘନ ମଲିକ,ଜଗନ୍ନାଥ ବରାଳ, ଅକ୍ଷୟ ବିଶ୍ୱାଳ ଓ ପପୁନି ବସ୍ତିଆ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଇ ରାସ୍ତା ଅବରୋଧ କରିଥିଲେ।

Leave a Reply

Your email address will not be published. Required fields are marked *