ଆତଙ୍କ ସୃଷ୍ଟିକାରୀ ମାଙ୍କଡ଼ କୁ ଆୟତ୍ତ କଲା ନନ୍ଦନକାନନ ର ସ୍ଵତନ୍ତ୍ର ଟିମ
ଆତଙ୍କ ସୃଷ୍ଟିକାରୀ ମାଙ୍କଡ଼ କୁ ଆୟତ୍ତ କଲା ନନ୍ଦନକାନନ ର ସ୍ଵତନ୍ତ୍ର ଟିମ ।
ଗୋପ,( ଏ ପି ନ୍ୟୁଜ) ପୁରୀ ଜିଲ୍ଲାର ଗୋପ ବ୍ଲକ ଅନ୍ତର୍ଗତ ଅଣ୍ଡରା-ଇଚ୍ଛାପୁର ପଞ୍ଚାୟତ ର ଦିହୁଡା ଓ ପୋଇତରା ଗ୍ରାମରେ ଗତ ୩ ହେବ ଏକ ହନୁମାଙ୍କଡ଼ ପାଗଳ ହୋଇ ଆତଙ୍କ ସୃଷ୍ଟି କରିଥିଲା। ମାଙ୍କଡ କାମୁଡ଼ାରେ ଏହି ଦୁଇ ଗାଁ ର ୨୦ ରୁ ଉର୍ଦ୍ଧ ଲୋକ ଗୁରୁତର ହୋଇଥିଲେ । ସେଥିପାଇଁ ଗୋପ ବନବିଭାଗ ତରଫରୁ ଉକ୍ତ ଗ୍ରାମରେ ଏକାଧିକ ସ୍କାର୍ଡ ମୁତୟନ କରାଯାଇଥିଲା । ତା ସତ୍ତ୍ୱେ ଘରୁ କୌଣସି ବ୍ୟକ୍ତି ବାହାରକୁ ବାହାରିବା କୁ ସାହସ କରୁ ନଥିଲେ । ୩ ଜଣ ବନ ବିଭାଗ କର୍ମଚାରୀ ମଧ୍ୟ ମାଙ୍କଡ଼ ଆକ୍ରମଣ ର ଶିକାର ହୋଇଥିଲେ । ପାଗଳ ମାଙ୍କଡ଼ ଭୟ ରେ ପିଲା ମାନେ ସ୍କୁଲ କଲେଜ ଯିବା ବନ୍ଦ କରିଦେଇଥିଲେ ।ଅନେକ ଚେଷ୍ଟା ସତ୍ତ୍ୱେ ଗୋପ ବନ ବିଭାଗ ଅଧିକାରୀ ମାଙ୍କଡ଼ କୁ ଧରିବା ରେ ବିଫଳ ହୋଇଥିଲେ । ବିଗତ ୩ ଦିନ ହେବ ଗୋପ ଅଞ୍ଚଳ ରେ ଆତଙ୍କ ସୃଷ୍ଟି କରୁଥିବା ମାଙ୍କଡ କୁ ଶେଷରେ ଟାଙ୍କୁଲାଇଜର ରେ କାବୁ କଲେ ନନ୍ଦନକାନନ ରୁ ଆସିଥିବା ସ୍ଵତନ୍ତ୍ର ଟିମ । ଏବେ ଦୁଇଟି ଗାଁ ର ଲୋକମାନେ ଆଶ୍ୱସ୍ତି ଲାଭ କରିଛନ୍ତି।
