ବାୟାବର ନାଁବାଳିକାକୁ ପୋଡ଼ିମାରିଦେବାକୁ ଉଦ୍ୟମ ଘଟଣା ରହସ୍ୟମୟ ହୋଇ ପଡ଼ିଛି
ବାୟାବର ନାଁବାଳିକାକୁ ପୋଡ଼ିମାରିଦେବାକୁ ଉଦ୍ୟମ ଘଟଣା ରହସ୍ୟମୟ ହୋଇ ପଡ଼ିଛି
ବଳଙ୍ଗା(ଆଜିପର୍ଯ୍ୟନ୍ତ ନ୍ୟୁଜ) ବାଲେଶ୍ୱର ଏଫ.ଏମ କଲେଜ ଛାତ୍ରୀ ଆତ୍ମଦାହ ଘଟଣାର ଦୃଶ୍ୟ ପଟ ଲିଭିନଥିବା ବେଳେ ଆଜି ନିମାପଡ଼ା ବ୍ଲକର ବଳଙ୍ଗା ଅଚଂଳରେ ସେଭଳି ଆଉଏକ ଘଟଣା ଘଟିଛି। ଦୁର୍ବୁତମାନେ ଜଣେ ନାଁବାଳିକାକୁ କିରୋସିନ ଢାଳି ପୋଡ଼ି ମାରିଦେବାକୁ ଉଦ୍ୟମ କରିଛନ୍ତି । ପିଡ଼ିଥାଣୀର ୭୦ ପ୍ରତିଶତ ପୋଡ଼ି ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛି । ସୂଚନାରୁ ପ୍ରକାଶ ନିମାପଡ଼ା ବ୍ଲକର ଗୋପିନାଥପୁର ପଚାଂୟତର ବାୟାବର ନୂଆ ଗୋପାଳପୁର ଗ୍ରାମରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପିଡ଼ିତା ନାଁ ବାଳିକାର ମା ବଳଙ୍ଗା ଥାନାରେ ଅଭିଯୋଗ କରିଛି। ପୁଲିସ ଅଭିଯୋଗକୁ ନେଇ ମାମଲାର ତଦନ୍ତ ଆରମ୍ଭ କରିଛି। ନାରୀମାନେ ଏ ସରକାରରେ ସୁରକ୍ଷିତ ନଥିବା ବିରଧୀଦଳ ଅଭିଯୋଗ କଲେଣି। ଏହି ଘଟଣାକୁ ନେଇ ପ୍ରଶାସନିକ ଏବଂ ରାଜନୈତିକ ଦଳଗୁଡ଼କ ମଧ୍ୟରେ ବିଶେଷ ତତ୍ପରତା ଦେଖାଯାଇଛି। ଘଟଣାଟି ଘଟିଛି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ନିର୍ବାଚନ ମଣ୍ଡଳୀରେ । ତାଙ୍କ ବାସସ୍ଥାନ ଠାରୁ ମାତ୍ର ୧୦ କିମି ଦୂରରେ ଘଟିଛି ଏହି ଘଟଣା। ପ୍ରତ୍ୟକ୍ଷ ଦର୍ଶୀଙ୍କ ବିବୃତି ଏବଂ ଅନୁସଂଧାନରୁ ଜଣାପଡ଼ିଛି, ନାଁବାଲିକା ଜଣକ ୮ମ ଶ୍ରେଣୀରୁ ପାଠ ଗତ ୨ ବର୍ଷ ହେବଛାଡ଼ି ଘରକାମରେ ମାଙ୍କୁ ସାହାର୍ଯ୍ୟ କରୁଥିଲା। ପିଡ଼ିତା ନାଁବାଳିକାଙ୍କ ବୟସ ୧୫ ବର୍ଷ। ପିଡ଼ିତା ପରିବାର ତିନି କନ୍ୟା ସନ୍ତାନଙ୍କ ମଧ୍ୟରୁ ମଝିଆଁ ଝିଅ। ପିଡ଼ିତା ପାଠ ପଢୁନଥିଲେ ତାହାଲେ କାହାକୁ ବହି ଦେବାକୁ ଗାଁ ମୁଣ୍ଡକୁ ଯାଇଥିଲେ। ପଡ଼ିତା ଦେଇଥିବା ବୟାନରେ କହିଛି ତିନିଜଣ ଯୁବକ ବାଇକରେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଯୁବକ ମୁହଁରେ ମାସ୍କ ପିନ୍ଧି ନିକଟକୁ ଆସି ମୁହଁରେ ଗାମୁଛା ପକାଇ ପିଡ଼ିତା ନାଁବାଳିକା କୁ ଟେକି ନେଇ ବନ୍ଧ ପାଖରେ ନିକାଚଂନ ସ୍ଥାନକୁ ଟେକିନେଇ ସାଥିରେ ପ୍ଲାଷ୍ଟିକ ବୋତଲରେ ଆଣିଥିବା କିରୋସିନକୁ ପିଡ଼ିତା ଉପରେ ଢାଳି ନିଆଁ ଲଗାଇ ଦେଇ ପୋଡ଼ି ମାରିଦେବାର ଉଦ୍ୟମ କରିଥିଲେ। ଦେହରେ ନିଆଁ ଲାଗି ଜଳୁଥିବା ଅବସ୍ତାରେ ଦୁର୍ବୁତମାନଙ୍କ ଠାରୁ ଖସିଆସି ନିଜକୁ ବଚାଂଇବା ପାଇଁ ପାଟି କରି ଏକ ଘର ନିକଟରେ ରକ୍ଷାକର ପାଟିକରି ଦୌଡ଼ୁଥିଲେ । ବାସ୍ତବିକ ପିଡ଼ିତା ନାଁ ବାଳିକାର ସାହସକୁ ତାରିଫ କରିବା କଥା। ପିଡ଼ିତା ନାଁ ବାଳିକ ଜଳୁଥିବା ଏବଂ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ବେଳେ ଦୁର୍ବୁତ ୩ଜଣ ଯାକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ପିଡ଼ିତା ଦୁର୍ବୁତତ୍ତମାନଙ୍କୁ ଚିହ୍ନି ନଥିବା କହିଛି। ଦୁର୍ବୁତମାନେ ଅନ୍ୟ କାହାକୁ ଟାର୍ଗେଟ କରିଆସିଥିଲେ ନାଁ ବାଳିକା ହାବୁଡ଼ରେ ପଡ଼ିଗଲେ ତଦନ୍ତରୁ ଜଣାପଡ଼ିବ। ଦୁର୍ବତମାନେ ଯେଉଁ ରାସ୍ତାରେ ଯାଇଛନ୍ତି ସେହି ରାସ୍ତା ବଳଙ୍ଗା – ହରିପୁର ରାସ୍ତା ଓ ହରିପୁର ବଜାରରେ ପିପିଲି-ନିମାପଡ଼ା ରାସ୍ତାକୁ ସଂଯୋଗ କରୁଛି। ଏହି ରାସ୍ତାରେ ତିନୋଟି ଘରେ ସିସିଟିଭି ସଂଯୋଗ ରହିଛି। ସିସିଟିଭି ଗୁଡ଼ିକ ତଦନ୍ତ ପରିସରକୁ ଆସିବା ଦରକାର। ଯେତେଦୂର ଜଣାଯାଏ ପିଡ଼ିତା ପରିବାର ମୁଖିଆ ଜଣେ ବାଇକ ମେକାନିକ ଅଟନ୍ତି। ଆର୍ଥିକଭାବେ ସ୍ୱଚ୍ଛଳ ନୁହଁନ୍ତି। ସେହି ପରିବାର ଉପରେ କଣ ପାଇଁ ରାଗ ରଖି ଏପରି କାଣ୍ଡ ଘଟାଇବ ତଦନ୍ତ ସାପେକ୍ଷ। ଘଟଣା ସ୍ଥଳକୁ ପୁରୀ ଏସପି ପିନାକ ମିଶ୍ର ସାଇଁଟିଂଫିକ ଦଳ ପୁଳିସ କୁକୁରସହ ତଦନ୍ତ କରିଛନ୍ତି। ଘଟଣାସ୍ଥଳରୁ ପୁଲିସ ସାଇଁଟିଂଫିକ ଟିମ ପୋଡ଼ା ଡ଼୍ରେଓ ପ୍ଲାଷ୍ଟିକ ବୋତଲ ଜବତକରିଛନ୍ତି। ପିଡ଼ିତା ନାଁ ବାଳିକା ଶରୀର ୭୦ ଭାଗ ପୋଡ଼ିଯାଇଛି ତେଣୁ ତାଙ୍କ ବର୍ଣ୍ଣ ୱାର୍ଡ଼ରେ ଚିକିତ୍ସା କରାଯାଉଛି ରାଜ୍ୟ ସରକାର ଚିକିତ୍ସା ଖର୍ଚ୍ଚ ବହନ କରୁଛନ୍ତି। ପୁଲିସକୁ ଖୋଲା ତଦନ୍ତ କରିବାକୁ ଛଡ଼ି ଦିଆଯାଉ ପୁଲିସର ପାରିବା ପଣିଆକୁ ପରୀକ୍ଷା କରାଯାଉ। ନଚେତ ପୁଲିସ ଉପରେ ଚାପ ପଡ଼ିଲେ ବାଧ୍ୟ ହୋଇ ଅନ୍ୟ କାହାକୁ ଗିରଫ କରି ଦେଖାଇ ତା ମୁଣ୍ଡରେ ସବୁଦୋଷ ଲଦିଦେବ। ବିଶେଷ ଖବରରୁ ପ୍ରକାଶ ପୁଲିସ କେନ୍ଦ୍ରାଚଂଳ ଆଇଜି ବଳଙ୍ଗାଥାନା ଓ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ନାଁବାଳିକା ଶିଘ୍ର ସୁସ୍ଥ ହୋଇ ପୁଲିସକୁ ତଦନ୍ତରେ ସାହାଯ୍ୟକରି ପ୍ରକୃତ ଦୋଷୀ ଧରାପଡ଼ୁ ବୁଦ୍ଦିଜୀବିମାନେ ପ୍ରାର୍ଥନା କରିଛନ୍ତି।
