ରାଜ୍ୟ

ନିମାପଡ଼ା ବ୍ଲକରେ ୬୧ ଟି ଅଭିଯୋଗର ଶୁଣାଣୀ କଲେ ପୁରୀ ଜିଲ୍ଲାପାଳ

Spread It

ନିମାପଡ଼ା ବ୍ଲକରେ ୬୧ ଟି ଅଭିଯୋଗର ଶୁଣାଣୀ କଲେ ପୁରୀ ଜିଲ୍ଲାପାଳ

ନିମାପଡ଼ା, (ଆଜି ପର୍ଯ୍ୟନ୍ତ ନ୍ୟୁଜ) ବ୍ଲକ ଅଞ୍ଚଳରେ ପ୍ରଚାର ଅଭାବରୁ ହେଉ କିମ୍ବା ଅଭିଯୋଗ ଶୁଣାଣୀ ପରବର୍ତୀ ସମୟରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଜନସାଧାଣଙ୍କ ଅଭିଯୋଗ ଶୁଣାଣୀ କେନ୍ଦ୍ରକୁ ଆସିବାକୁ ଉଚିତ ମଣୁନଥିବା ଆଜି ଅନୁଷ୍ଠିତ ଜନଶୁଣାଣୀ କାର୍ଯ୍ୟକ୍ରମରେ ବୁଝାପଡଛି। ନିଜେ ଜିଲାପାଳ ଚଞ୍ଚଲ ରଣା ଜନଶୁଣୀରେ ଉପସ୍ଥିତ ରହିଥିଲେ ମଧ୍ୟ ସେଭଳି ଆଖି ଦୃଶିଆ ଅଭିଯୋଗର ସଂଖ୍ୟା ନଥିଲା। ଆଜି ଜନଶୁଣାଣୀରେ ସମୁଦାୟ ୬୧ ଅଭିଯୋଗ ହୋଇଥିଲା ସେହି ଅଭିଯୋଗ ମଧ୍ୟରୁ ସାମାଜିକ ସୁରକ୍ଷା ଯୋଜନାର ସଂପର୍କରେ ୫ଟି ଅଭିଯୋଗ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବିଷୟରେ ୪ଟି ଅଭିଯୋଗ, ଯୋଗାଣ ବିଭାଗ ଅଧିନରେ ଥିବା ଖାଉଟି କାର୍ଡ଼ ସଂପର୍କରେ ଗୋଟିଏ ଅଭିଯୋଗ, ମୁଖ୍ୟମନ୍ତ୍ରୀ ସହୟତା ଯୋଜନାରେ ୪ଟି ଅଭିଯୋଗ ଏବଂ ତହସିଲ ସମେତ ଅନ୍ୟାନ୍ୟ ବିଷୟରେ ୪୫ଟି ଅଭିଯୋଗ ହୋଇଥିଲା। ଜିଲାପାଳ ଚଞ୍ଚଲ ରଣା, ଏଡ଼ିଏମ (ପ୍ରଶାସନ) ଶରତ ଚନ୍ଦ୍ର ବେହେରା, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ପ୍ରିୟ ରଞ୍ଜନ ପୃଷ୍ଟି, ଡ଼େପୁଟି କଲେକ୍ଟର ମନିଷା ଷଡ଼ଙ୍ଗୀ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଅକ୍ଷୟ ଶତପଥୀ ନିମାପଡ଼ା ବ୍ଲକ ବିଡ଼ିଓ ଅଭିଜିତ ଷଡ଼ଙ୍ଗୀ , ତହସିଲଦାର ମନୋଜ କୁମାର ପ୍ରଧାନ, ସୂଚନା ପ୍ରସାରଣ ବିଭାଗ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀସମେତ ଜିଲା ଏବଂ ନିମାପଡ଼ାର ଅଧିକାରୀମାନେ ଜନଶୁଣାଣୀ ସମୟରେ ଉପସ୍ଥିତ ଥିଲେ। ନିମାପଡ଼ା ବ୍ଲକରେ ସମାଜ ମଙ୍ଗଳ ଅଧିକାରୀ, ସମବାୟ ସଂପ୍ରସାରଣ ଅଧିକାରୀ, ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ, ଯୋଗାଣ ଅଧିକାରୀ, ଶିକ୍ଷା ମଣ୍ଡଳ ଅଧିକାରୀ , ୯ ଟି ପଞ୍ଚାୟତ ନିର୍ବାହୀ ଅଧିକାରୀ ଖାଲି ତିବା ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବ୍ଲକର ମୁଖ୍ୟ ବିଭାଗ ଗୁଡ଼ିକରେ ଅଧିକାରୀ ନଥିବାରୁ ଜନସାଧାରଣ କିଭଳି ସେବା ପାଇବେ।

Leave a Reply

Your email address will not be published. Required fields are marked *