ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଚାଳକ ମୃତ ଆଉଜଣେ ଗରୁତର
ଦୁଇ ବାଇକ ମଧ୍ୟରେ ଧକ୍କା ଜଣେ ଚାଳକ ମୃତ ଆଉଜଣେ ଗରୁତର
ନିମାପଡ଼ା, ୨୩/୭(ଇମିସ) ଆଜି ଅପରାହ୍ନ ୪ଟାରେ ନିମାପଡ଼ା- କୋଣାର୍କ ରାସ୍ତାର ସ୍ଥାନୀୟ ଝାମ୍ପୁଲାକୁଦ ପୋଲ ନିକଟରେ ଦୁଇ ବାଇକ ମଧ୍ୟରେ ଧକ୍କା ହେବାଫଳରେ ଜଣେ ବାଇକ ଚାଳକର ମୃତ୍ୟୁ ହୋଇଛି । ଅନ୍ୟଜଣେ ବାଇକ ଚାଳକ ଅତି ସଂଙ୍କଟାପର୍ଣ୍ଣ ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି। ଗାଡି ଦୁଇଟିର ନମ୍ବର ଯଥାକ୍ରମେ ଓ ଆର୍ ୧୩ ଇ ୦୮୪୫ ଓ ଓଡି ୧୩ ଏକ୍ସ ୯୫୨୪। ମିଳିଥିବା ସୁଚନାରୁ ପ୍ରକାଶ ଝାମ୍ପୁଲାକୁଦ ଗ୍ରାମ ଶେଷ ମୁଣ୍ଡରେ ଥିବା ଏକ କେନାଲ ପୋଲ ନିକଟରେ ବାମନାଳ ପଞ୍ଚାୟତ ଅନ୍ତର୍ଗତ ବରିମୁଣ୍ଡ ଦେଉଳି ସାହି ଗ୍ରାମର ବାଉରିବନ୍ଧୁ ପଣ୍ଡାଙ୍କ ସାନପୁଅଦେବାଶିଷ ପଣ୍ଡା(୩୦)ବାଇକ ଚଳାଇ କୋଣାର୍କ ପଟକୁ ଯାଉଥିବା ସମୟରେ ବିପରିତ ଦିଗରୁ ତୁଳସିପୁର ପଞ୍ଚାୟତ ଅଗର ଶାସନଗ୍ରାମର ର ଶନା କାଣ୍ଡି ଙ୍କ ପୁଅ ତୋଫାନ କାଣ୍ଡିଙ୍କ ବିପରିତ ଦିଗରୁନିମାପଡ଼ାକୁ ଆସିଥିଳେ। ଝାମ୍ପୁଲାକୁଦ ଗ୍ରାମ ଶେଷମୁଣ୍ଡରେ ଦୁଇ ବାଇକ ମଧ୍ୟରେ ମୁହାଁ ମୁହାଁ ଧକ୍କା ହୋଇଥିଲା। ଧକ୍କା ଏତେ ତ୍ରୀବ୍ରତର ଥିଲା ଘଟଣାସ୍ଥଳରେ ଦେବାଶିଷଙ୍କ ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ଦୁଇ ବାଇକ ଚାଳକକୁ ଚିକିତ୍ସାପାଇଁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଡ଼ାକ୍ତର ଦେବାଶିଷ ମୃତ୍ୟୁହୋଇଯାଇଥିବା ଘୋଷଣା କରିଥିଲେ ଅନ୍ୟ ଚାଳକ ତୋଫାନର ଅବସ୍ଥା ସଂଙ୍କଟାପର୍ଣ୍ଣ ଥିବାରୁ କ୍ୟାପିଟାଲ ହସପିଟାଲକୁ ପଠାଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ବାଇକ ଦୁଇଟିକୁ ଜବତ କରିବାସହ ଘଟଣାର ତଦନ୍ତ କରୁଛି।
