ରାଜ୍ୟ

ସାପ୍ତାହିକ ଖବରକାଗଜ ସମ୍ପାଦକଙ୍କୁ ଗିରଫ ଦାବିରେ ଦଳିତ ସଂଘର ବିକ୍ଷୋଭ ପ୍ରଦର୍ଶନ

Spread It

ସାପ୍ତାହିକ ଖବରକାଗଜ ସମ୍ପାଦକଙ୍କୁ ଗିରଫ ଦାବିରେ ଦଳିତ ସଂଘର ବିକ୍ଷୋଭ ପ୍ରଦର୍ଶନ

ସାପ୍ତାହିକ ଖବରକାଗଜର ସମ୍ପାଦକଙ୍କୁ ନିମାପଡ଼ା ପ୍ରେସ କ୍ଲବର କର୍ମକର୍ତ୍ତା ତଥା ଅନୁସୁଚିତ ଜାତିର ସାମ୍ବାଦିକମାନଙ୍କୁ ସର୍ବସାଧାରଣରେ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରି ସେମାନଙ୍କ ସମ୍ମାନକୁ କ୍ଷୁର୍ଣ୍ଣ କରିବା ସହିତ ପିନ୍ଧିଥିବା ସୁନା ଚେନକୁ ଝାମ୍ପିନେବା ଅଭିଯୋଗରେ ପୋଲିସ ସମ୍ପାଦକଙ୍କ ନାମରେ ୨ଟି ଦଳିତ ମାମଲା (୧୯୭/୨୫ ଓ ୨୦୨/୨୫) ରୁଜୁ କରିଥିଲା। ତାଙ୍କୁ ଗିରଫ କରିବା ପାଇଁ ପୋଲିସ ଟାଳଟୁଳ ନୀତି ଅବଲମ୍ବନ କରିବା ପ୍ରତିବାଦରେ ଆଜି ମଧ୍ୟାହ୍ନରେ ଜାତୀୟ ଦଳିତ ଆଦିବାସୀ ମାଇନୋରିଟି ମହାସଂଘ ପକ୍ଷରୁ ନିମାପଡ଼ା ଥାନା ସମ୍ମୁଖରେ ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠିଙ୍କ ଅଧ୍ୟକ୍ଷତାରେ ପ୍ରତିବାଦ ସଭା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା। ଜଦି ପୋଲିସ ୪୮ ଘଣ୍ଟା ମଧ୍ୟରେ ତାଙ୍କୁ ଗିରଫ ନକରେ ତେବେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ଶ୍ରୀ ସେଠି ଧମକ ଦେଇଥିଲା ବେଳେ ଏସଡିପିଓ ଜନାର୍ଦ୍ଦନ ପାଢ଼ୀ ଓ ଆଇ ଆଇ ସି ବାମଦେବ ସ୍ବାଇଁ ଆନ୍ଦୋଳନ ସ୍ଥଳରେ ପହଞ୍ଚି ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ମହାସଂଘର ଦାବିପତ୍ର ଗ୍ରହଣ କରିଥିଲେ। ବିକ୍ଷୋଭ ପ୍ରାରମ୍ଭରେ ମହାସଂଘର ଶତାଧିକ ମହିଳା ସଦସ୍ୟ ପୁରୁଣା ବସଷ୍ଟାଣ୍ଡଠାରୁ ଶୋଭାଯାତ୍ରା ରେ ବାହାରି ବଜାର ପରିକ୍ରମା କରି ଥାନା ସମ୍ମୁଖରେ ପହଞ୍ଚି ଥିଲେ।ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦକ ସ୍ଵର୍ଣ୍ଣ ଲତା ସେଠି, ମମତା ବେହେରା, ପାର୍ବତୀ ମଲ୍ଲିକ ଓ ଦ୍ରୌପଦୀ ବେହେରା,ଏସ.ସି ଓ ଏସ.ଟି ମହାସଂଘର ସଭାନେତ୍ରୀ ମିଲି ସିଂ, ପ୍ରେସ କ୍ଲବର ସଭାପତି ଅକ୍ଷୟ ବେହେରା, ସମ୍ପାଦକ ରମାକାନ୍ତ ବେହେରା, ଉପସଭାପତି ପୁର୍ଣ ଚନ୍ଦ୍ର ମହାପାତ୍ର,ସହ ସମ୍ପାଦକ ଅଶୋକ ବେହେରା, କୋଷାଧ୍ୟକ୍ଷ ପ୍ରଦ୍ୟୁମ୍ନ ବେହେରା ଓ ସୁଦର୍ଶନ ବେହେରା,ଜାଦବ ସଂଘର ସଭାପତି ଗୟାଧର ବେହେରାଙ୍କ ସମେତ ସମସ୍ତ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *