ଚିତାଲାଗି ଅମାବାସ୍ୟା ରେ ଘରେ ଘରେ ହେଲା ଚିତଉ ପିଠା
ଚିତାଲାଗି ଅମାବାସ୍ୟା ରେ ଘରେ ଘରେ ହେଲା ଚିତଉ ପିଠା।
ଚାରିଛକ,(ଆଜିପର୍ଯ୍ୟନ୍ତ ନ୍ୟୁଜ) ଆଜି ଥିଲା ପବିତ୍ର ଶ୍ରାବଣ ମାସ ର ଅମାବାସ୍ୟା। ଏହି ଅମାବାସ୍ୟା କୁ ଚିତାଲାଗି ଅମାବାସ୍ୟା ଓ ଚିତଉ ଅମାବାସ୍ୟା ମଧ୍ଯ କୁହାଯାଇଥାଏ। ପୁରୀ ଜିଲ୍ଲା ର ଚାରିଛକ,ନିମାପଡ଼ା, ନୟାହାଟ,କାକଟପୁର ଅଞ୍ଚଳ ର ସମସ୍ତ କୃଷକ ପରିବାର ରେ ଏହି ପର୍ବ ଖୁବ୍ ଧୁମ୍ ଧାମରେ ପାଳିତ ହୋଇ ଥିଲା। ଘରେ ଘରେ ଚିତଉ ପିଠା ତିଆରି କରାଯାଇ କୃଷକ ଙ୍କ ପରିବାର ପକ୍ଷରୁ ପୋଖରୀ ଓ ନିଜ ବିଲ ରେ ଥିବା ପାଣି ରେ ଗେଣ୍ଡା ମାନଙ୍କୁ ଖାଇବାକୁ ଦିଆ ଯାଇଥିଲା।ଏହି ସମୟ କୁ ଚାଷୀ ମାନେ ନିଜ ନିଜ ବିଲ ରେ ଚାଷ କାର୍ଯ୍ୟ ଜୋର ସୋର ରେ ଆରମ୍ଭ କରିଥାନ୍ତି। ଏହି ସମୟରେ ଧାନ ବିଲ ମାନଙ୍କ ରେ ବର୍ଷା ଜଳ ଜମା ହୋଇ ଥାଏ। ସେହି ଜଳ ରେ ଗେଣ୍ଡା ମାନଙ୍କର ଆତଯାତ ହେଉ ଥିବାରୁ ଚାଷୀ ମାନଙ୍କ ଗୋଡ଼ ଗେଣ୍ଡା ମାନଙ୍କ ଉପରେ ପଡ଼ିଥାଏ ଆଉ ଗେଣ୍ଡା ମାନେ ଚାଷୀ ମାନଙ୍କ ଗୋଡ଼ କୁ କାମୁଡି ଖଣ୍ଡିଆ କରି ଦେଇ ଥାନ୍ତି। ଫଳରେ ଚାଷୀ ମାନେ ଆହାତ ହୋଇ ଆଉ ଚାଷ କାର୍ଯ୍ୟ କରି ପାରିନଥାନ୍ତି। ଏଣୁ ପ୍ରତି ଚାଷୀ ପରିବାର ରେ ଚିତଉ ପିଠା ତିଆରି କରାଯାଇ ଗେଣ୍ଡା ମାନଙ୍କୁ ଏହି ଦିନ ପୂଜା କରାଯିବା ସହିତ ଚିତଉ ପିଠା ଖାଇବାକୁ ଦେଇ କୁହାଯାଏ ଯେ, ହେ ଗେଣ୍ଡେଇଶୁଣି, ତୁମେ ପିଠା ଭୋଗ ଖାଇ ସନ୍ତୁଷ୍ଟ ହୁଅ ଆଉ ଚାଷୀ ମାନଙ୍କ ଗୋଡ଼ କୁ କାମୁଡ଼ ନାହିଁ। ବିଶ୍ଵାସ ରହିଛି ବିଲ, ପୋଖରୀ ରେ ଗେଣ୍ଡା ମାନଙ୍କୁ ଚିତଉ ପିଠା ଭୋଗ ଅର୍ପଣ କଲେ ଗେଣ୍ଡା ମାନେ ଆଉ ଚାଷୀ ମାନଙ୍କର କୌଣସି ଅନିଷ୍ଠ କରିନଥାନ୍ତି। ଚାଷୀ ମାନେ ନିର୍ଭୟ ରେ ନିଜ ବିଲ ରେ ଚାଷ କାର୍ଯ୍ୟ କୁ ଆଗେଇ ନେ଼ଇଥାନ୍ତି। ଏଣୁ ଏହି ପର୍ବ ସାରା ରାଜ୍ୟରେ ଚାଷୀ ମାନଙ୍କ ପର୍ବ ଭାବେ ପାଳିତ ହୋଇଆସୁଛି।
