ବଳଙ୍ଗା ଘଟଣାରେ ନିମାପଡା କୋର୍ଟରେ ୪ଜଣଙ୍କ ବୟାନ ରେକର୍ଡ
ବଳଙ୍ଗା ଘଟଣାରେ ନିମାପଡା କୋର୍ଟରେ ୪ଜଣଙ୍କ ବୟାନ ରେକର୍ଡ
ନିମାପଡା (ଏପିନ୍ୟୁଜ) ଆଜି ଦିନରେ ବଳଙ୍ଗା ରେ ନାଁବାଳିକାକୁ କିରାସିନ୍ ଢାଳି ହତ୍ୟା ଉଦ୍ୟମ କୁ ଏକ ସପ୍ତାହ ପୁରିଥିବା ବେଳେ ଆଜି ସନ୍ଧ୍ୟାରେ ଏହି କେସ୍ ଉପରେ ତଦନ୍ତ ଚଲାଇଥିବା ପୁଲିସ୍ ଏବଂ କ୍ରାଇମ୍ ବ୍ରାଞ୍ଚ ପିଡିତାର ସାଙ୍ଗ ଓ ପିଉସୀ ସମେତ ୪ ଜଣଙ୍କୁ ଉପସ୍ଥିତ କରିଥିଲା ସେମାନଙ୍କୁ ଧାରା ୧୬୦ ଅନୁଯାୟୀ ତାଙ୍କ ବୟାନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ଜେ.ଏମ୍.ଏଫ୍.ସି)ଙ୍କ ଅଦାଲତରେ ରେକର୍ଡ କରିଛି। ଏହି ଘଟଣା ଘଟିଥିବା ସ୍ଥାନରେ ତଦନ୍ତ କରୁଥିବା ସମୟରେ ପୁଲିସ୍ କିଛି ଜିନିଷ ସେଠାରୁ ମିଳିଥିଲା। ସେହି ଜିନିଷପତ୍ର ଗୁଡିକୁ ସିଲ୍ କରି ଜାଞ୍ଚ ପାଇଁ ଫରେନ୍ସିକ୍ ଡିପାର୍ଟମେଣ୍ଟକୁ ପଠାଯାଇଛି।
