ରାଜ୍ୟ

ନିମାପଡ଼ା ସ୍ୱୟଂ ମହାବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ

Spread It

ନିମାପଡ଼ା ସ୍ୱୟଂ ମହାବିଦ୍ୟାଳୟର ୬୨ ତମ ପ୍ରତିଷ୍ଠା ଦିବସ

ନିମାପଡ଼ା,(ଏ.ପି ନ୍ୟୁଜ) ନିମାପଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ଆଜି ପାଳିତ ହୋଇଛି। ଏହି ସଭାକୁ ଡଃ ରବିନ୍ଦ୍ର ପାଢୀ ଉତ୍ସବ ସମ୍ପର୍କରେ ସୂଚନା ଦେଇଥିଲେ। ଅଧ୍ୟକ୍ଷା ଅମିତା ମହାନାୟକଙ୍କ ସଭାପତିତ୍ବରେ ମୁଖ୍ୟଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେଇ ମହାବିଦ୍ୟାଳୟର ବିକାଶ ଏବଂ ଉନ୍ନତି ଦିଗରେ କାର୍ଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ନିମାପଡା କଲେଜରେ ଯୁକ୍ତ ୨ ଠାରୁ ସ୍ନାତକ ଉତ୍ତୋଳନ ଏବଂ ସେଲ୍ଫ ଫାଇନାନ୍ସ କୋର୍ସ ଇତ୍ୟାଦି କୋର୍ସ ଥିବାରୁ ନିମାପଡା କଲେଜ ଗ୍ରାମାଞ୍ଚଳର ସବୁଠାରୁ ପୁରୁଣା ଓ ଅଗ୍ରଣୀ କଲେଜ ହୋଇଥିବାରୁ ଏହି କଲେଜକୁ ଗ୍ରାମୀଣ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଆଯାଉ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପୂର୍ବତନ ଅଧ୍ୟକ୍ଷ ବା ପ୍ରସିଦ୍ଧ ଐତିହାସିକ ଯୋଗେନ୍ଦ୍ର ଚନ୍ଦ୍ର ମିଶ୍ର ନିମାପଡାର ୬୨ ବର୍ଷ ତଳର ଭୌଗଳିକ ସ୍ଥିତି ଓ କଲେଜ ପ୍ରତିଷ୍ଠାର ଇତିହାସ ସମ୍ପର୍କରେ କହିଥିଲେ। ପରିଚାଳନା କମିଟି ସଭାପତି ଏଡିଏମ୍ ଶରତ ବେହେରା, ଆଲୁମ୍‌ନି କମିଟିର ସଭାପତି ପ୍ରଫେସର୍ ବସନ୍ତ କୁମାର ମହାନ୍ତି ଇତ୍ୟାଦି ପ୍ରମୁଖ ଯୋଗ ଦେଇଥିଲେ। ସଭା ପୂର୍ବରୁ ଶ୍ରୀମତୀ ପରିଡା କଲେଜରେ ଥିବା ମହାପୁରୁଷମାନଙ୍କ ମୂର୍ତ୍ତି ରେ ମାଲ୍ୟାର୍ପଣ ଓ କଲେଜ ପରିସରରେ ବୃକ୍ଷରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *