ରାଜ୍ୟ

ପୁଷ୍କରଣୀ ପାଲଟିଛି ବିଦ୍ୟାଳୟ ସମ୍ମୁଖ ରାସ୍ତା 

Spread It
ପୁଷ୍କରଣୀ ପାଲଟିଛି ବିଦ୍ୟାଳୟ ସମ୍ମୁଖ ରାସ୍ତା 
ନିମାପଡା,୨୮ /୭ (ରଂଜନ ପଟ୍ଟନାୟକ ) ପୁଷ୍କରଣୀ ପାଲଟିଛି ବିଦ୍ୟାଳୟ ସମ୍ମୁଖ ରାସ୍ତାଏହା କୌଣସି ଦୁର୍ଗମ ଅଞ୍ଚଳର ସ୍ଥିତି ନୁହେଁ, ଏଭଳି ସଙ୍ଗିନୀ ଦୃଶ୍ୟ ଦେଖିବାକୁ ମିଳିଛି ନିମାପଡା ପୌରାଞ୍ଚଳ ଅଧୀନ ୯ନମ୍ବର ୱାର୍ଡ ଅନ୍ତର୍ଗତ ଅଣ୍ଢିଆସାହି ଗ୍ରାମରେ । ଏଠାରେ ଥିବା ଅଣ୍ଢିଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ରାସ୍ତାର ଦୟାନିୟ ଚିତ୍ର ନଦେଖିଲା ଲୋକେ ବିଶ୍ୱାସ କରିବେନାହିଁ । ରାସ୍ତାଟି ପୁଷ୍କରଣୀ ଭ୍ରମ ସୃଷ୍ଟିକରୁଛି । ଖାଲିସେତିକି ନୁହେଁ କାଡୁଅ ପଚପଚ ହେଉଛି ରାସ୍ତା । ବିଦ୍ୟାଳୟକୁ ଯିବା ସମୟରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରୀଛାତ୍ର ଏବଂ ଶିକ୍ଷକ ବୃନ୍ଦ । ଖାଲି ଛାତ୍ରୀଛାତ୍ର, ଶିକ୍ଷକ ନୁହନ୍ତି ଯାତାୟାତ ସମୟରେ ଅସୁବିଧାର ଭୋଗୁଛନ୍ତି ଗ୍ରାମବାସୀ । ରାସ୍ତା ନବୀକରଣ କରିବା ଲାଗି ଯେଉଁଥିରେ ମଧ୍ୟ ପୌରପ୍ରଶାସନ ଶୁଣୁନଥିବା ଅଭିଭାବକ ପ୍ରଶନ ବେହେରା, ପ୍ରକାଶ ସାହୁ, ତ୍ରିଲୋଚନ ସାହୁ କହିଛନ୍ତି । ରାସ୍ତା ନିର୍ମାଣ ପ୍ରସ୍ତାବ ରହିଛି ବୋଲି କହିଛନ୍ତି କାଉନସିଲର ଶ୍ରୀମତୀ ଟିକିନା ପଣ୍ଡା।

Leave a Reply

Your email address will not be published. Required fields are marked *