ରାଜ୍ୟ

ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର

Spread It

ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର

ସ୍ଵର୍ଗଦ୍ଵାର ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ଥାନୀୟ ହାତୀଶାଳ ଅଙ୍ଗନବାଡ଼ି କେନ୍ଦ୍ର ରେ ଅଣ ସଂକ୍ରାମକ ରୋଗ ଚିହ୍ନଟ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମ କୁ ଚିକିତ୍ସା ଅଧିକାରୀ ଡକ୍ଟର ବସନ୍ତ କୁମାର ମିଶ୍ର ଉଦ୍-ଘାଟନ କରିଥିଲେ। ଏହି ସ୍ବାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ ଫାର୍ମାସୀ ଅଧିକାରୀ ସୁଶାନ୍ତ କୁମାର ଦାସ, ଲାବୋରେଟୋରୀ ଟେକ୍ନିସିଆନ୍ ପ୍ରଜ୍ଞା ପ୍ରିୟଦର୍ଶିନୀ ସାହୁ, ନର୍ସିଂ ଅଧିକାରୀ ଶୁଭଲକ୍ଷ୍ମୀ ବାରିକ ଓ ମିଲି ଦଳାଇ, ମହିଳା ସ୍ବାସ୍ଥ୍ୟ କର୍ମୀ ମଞ୍ଜୁ ଦାସ, ଆଶା କର୍ମୀ ନର୍ମଦା ମହାକୁଡ଼ ଓ ଅନ୍ୟାନ୍ୟ ଷ୍ଟାଫ୍ ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ୫୨ ଜଣ ରୋଗି ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ବିତରଣ କରାଯାଇଥିଲା। ଉଚ୍ଚରକ୍ତଚାପ, ମଧୁମେହ, ମୁଖ ଗହ୍ଵର କର୍କଟ ସମ୍ବଧୀୟ ରୋଗ ର ଚିକିତ୍ସା ପ୍ରଦାନ କରାଯାଇଥିଲା। ତତ୍ ସହିତ ଲୋକ ମାନଙ୍କୁ ସୁସ୍ଥ ଜୀବନ ନିମନ୍ତେ ରୋଗ ର ଗୁରୁତ୍ଵ ବିଷୟରେ ବାର୍ତ୍ତା ପ୍ରେରଣ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜଣ ସ୍ବାସ୍ଥ୍ୟ ପରିଚାଳକ ଶ୍ରୀ ପ୍ରଦୀପ କୁମାର ବରାଳ ସୁଚାର ରୂପେ ପରିଚାଳନା କରିଥିଲେ। ଆକାଉଣ୍ଟାଣ୍ଟ ଶ୍ରୀ ହିମାଂଶୁ ଶେଖର ଦାଶ କାର୍ଯ୍ୟ କୁ ସଫଳ କରିବାରେ ପୂର୍ଣ୍ଣ ସହଯୋଗ ପ୍ରଦାନ କରିଥିଲେ।

Leave a Reply

Your email address will not be published. Required fields are marked *