ପରିବାରର ନିର୍ଯ୍ୟତନା ସହି ନପାରି ମହିଳା ଡେଇଁଲେ ନଦୀ ଗର୍ଭକୁ
ପରିବାରର ନିର୍ଯ୍ୟତନା ସହି ନପାରି ମହିଳା ଡେଇଁଲେ ନଦୀ ଗର୍ଭକୁ
ନିମାପଡା, ନିମାପଡା ବ୍ଲକ୍ ଅନ୍ତର୍ଗତ ଉଚ୍ଛୁପୁର ପଂଚାୟତ ଓ ବଳଙ୍ଗା ଥାନା ଅଧିନରେ ଥିବା ନରୁଡା ଗ୍ରାମର ଅର୍ଚ୍ଚନା ଜେନା (୩୫) ନାମକ ମହିଳା ପରିବାରର ନିର୍ଯ୍ୟାତନା ସହିନପାରି ଆତ୍ମହତ୍ୟା କରିବାକୁ ବାହାରି ଯାଇଥିଲେ। ଆତ୍ମହତ୍ୟା ପାଇଁ ସେ ଭାର୍ଗବୀ ନଦୀକୁ ଡେଇଁ ପଡିଥିଲେ, ଏହି ସମୟରେ ଲୋକମାନେ ବନ୍ୟା ଜଳ ପ୍ରବାହିତ ଭାର୍ଗବୀ ନଦୀରୁ ମହିଳାଙ୍କୁ ଉଦ୍ଧାର କରି ପିପିଲି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଥିଲେ। ଏହି ଘଟଣାକୁ ନେଇ ପୁଲିସ୍ ତଦନ୍ତ ଜାରି ରଖିଛି।
