ନିମାପଡ଼ା ବ୍ଲକ ସହକାରୀଯନ୍ତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନିମାପଡ଼ା ବ୍ଲକ ସହକାରୀଯନ୍ତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା
ନିମାପଡ଼ା,(ଏପିନ୍ୟୁଜ)ନିମାପଡ଼ା ପଞ୍ଚାୟତ ସମିତି ର ସହକାରୀ ଯନ୍ତ୍ରୀ ସୁନିଲ କୁମାର ନନ୍ଦ ଆଜି ତାଙ୍କର କର୍ମମୟ ଚାକିରି ଜୀବନରୁ ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ବ୍ଲକ ଯନ୍ତ୍ରୀ ଏବଂ କର୍ମଚାରୀ ଓ ସରପଚଂ ସଂଘ ପକ୍ଷରୁ ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଅବସରକାଳୀନ ବିଦାୟ ସମ୍ବର୍ଦ୍ଦନା ଦିଆଯାଇଥିଲା। ଏହି ଉତ୍ସବରେ ବିଡ଼ିଓ ଡ଼ା ଅଭିଜିତ ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରାମାଚଂଳରେ କାର୍ଯ୍ୟକାରୀ କରିବା ଏବଂ ସେଗୁଡ଼ିକର ସଫଳ କରାଇବାରେ ଅହରହ କାର୍ଯ୍ୟକରୁଥିଲେ। । ସେ ଜଣେ ମିଷ୍ଟଭାଷୀ,ସରଳ ,ଅମାୟିକ ବ୍ୟକ୍ତିତ୍ବ ପାଇଁ ବ୍ଲକର ସସମ୍ତ ବିଭାଗର କର୍ମଚାରୀମାନଙ୍କର ଓ ସହଯୋଗୀ ଯନ୍ତ୍ରୀମାନଙ୍କର ପ୍ରିୟ ପାତ୍ର ଥିଲେ। ସରପଞ୍ଚ ପ୍ରଫୁଲ ସ୍ବାଇଁ, ଅରବିନ୍ଦ ମଳିକ, ଭୋଦର ସରପଚଂ ପ୍ରତିନିଧି ପ୍ରଶାନ୍ତ ବେହେରାଙ୍କ ସମେତ ସଂଘ ପକ୍ଷରୁ ସହକାରୀ ଯନ୍ତ୍ରୀଙ୍କୁ ଫୁଲତୋଡ଼ା ସାଲ ଉପହାର ପ୍ରଦାନ କରି ତାଙ୍କର ଆଶୁ ନିରୋଗ ରହିବାର କାମନା କରାଯାଇଥିଲା ଏବଂ ବ୍ଲକ ପକ୍ଷରୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ବିଡ଼ିଓ ଡ଼ା ଅଭିଜିତ ଷଡ଼ଙ୍ଗୀ, ଅତିରିକ୍ତ ବିଡ଼ିଓ ପ୍ରିୟଦର୍ଶନୀ ବରାଳ, ମୁଖ୍ୟ କିରାଣୀ , ବ୍ଲକ ନିର୍ବାହୀ ଯନ୍ତ୍ରୀ ବନ୍ଦିତା ଦଳସିଂ, ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ଖଟେଇ,ଓ ଗୈାରାଙ୍ଗ ସେଠୀ , ବିଭିନ୍ନ ବିଭାଗର ମୁଖ୍ୟ କର୍ମଚାରୀମାନେ ଉପସ୍ଥିତ ରହି ସହକାରୀ ଯନ୍ତ୍ରୀ ଶ୍ରୀ ସୁନିଲ କୁମାର ନନ୍ଦଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ।।(ଫଟ)
