ରାଜ୍ୟ

ମା ହରଚଣ୍ଡୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ।

Spread It
ମା ହରଚଣ୍ଡୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଚାରିଛକ,(ଏ ପି ନ୍ୟୁଜ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ଗ୍ରାମ ପଞ୍ଚାୟତ ର ଛବାଟିଆ ଗ୍ରାମର ମା’ ହରଚଣ୍ଡୀ ଯୁବକ ସଂଘ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ସଂଘର ବିଜୟ ଦାସ, ଅଶୋକ ଦାସ,ସୁବାସ ଦାସ, ଆଲୋକ ଦାସ,ମନୋଜ ଦାସ, ଜଗନ୍ନାଥ ଦାସ, ଆର୍ତ୍ତ ଦାସ, ସୁଶାନ୍ତ ଦାସ, କୃଷ୍ଣଚନ୍ଦ୍ର ଦାସ ଓ ଶିବ ଚରଣ ଦାସଙ୍କ ସମେତ ସଦସ୍ୟମାନେ ଏକଟେ ଗ୍ରାମର ଶ୍ମଶାନ ପଡିଆରେ ନିମ, ଆକାଶିଆ, ଅଶ୍ଵସ୍ଥ,ବର, ଆମ୍ବ, ଜାମ୍ମୁ, ପଟାସ ଆଦି ବିଭିନ୍ନ କିସମର ବୃକ୍ଷ ଚାରା ରୋପଣ କରିଥିଲେ । ଆଗାମୀ ଦିନରେ ଖୋଲା ସ୍ଥାନ ରେ  ଚାରା ରୋପଣ କରି ଗାଁ ରେ ସବୁଜ ବଳୟ ସୃଷ୍ଟି କରିବାକୁ ସଦସ୍ୟମାନେ ଶପଥ ନେଇଥିଲେ ।

Leave a Reply

Your email address will not be published. Required fields are marked *