ରାଜ୍ୟ

୧୧୨ ଜଣ ହିତାଧିକାରୀଙ୍କୁ ସଂଶୋଧିତ ପଟ୍ଟା ବଣ୍ଟନ। 

Spread It
୧୧୨ ଜଣ ହିତାଧିକାରୀଙ୍କୁ ସଂଶୋଧିତ ପଟ୍ଟା ବଣ୍ଟନ। 
ଗୋପ,( ଏ ପି ନ୍ୟୁଜ) ନିମାପଡା ନିର୍ବାଚନ ମଣ୍ଡଳୀ ର ବିଧାୟିକା ତଥା ରାଜ୍ୟ ର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ପୁରୀ ଜିଲ୍ଲା ଗୋପ ତହସିଲ ପକ୍ଷରୁ ଆୟୋଜିତ ସଂଶୋଧିତ ପଟ୍ଟା ବଣ୍ଟନ ମେଳା ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ୧୧୨ ଜଣ ହିତାଧିକାରୀ ଙ୍କୁ ସଂଶୋଧିତ ପଟ୍ଟା ବଣ୍ଟନ କରିଛନ୍ତି।ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନୀୟ ଅତିଥିଭାବେ ପୁରୀ ଜିଲ୍ଲାର ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଗୋପ ର ତହସିଲଦାର ଅନିଲ କୁମାର ମହାନ୍ତି, ଗୋପ ବ୍ଲକ ର ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ, ପୁରୀ ଜିଲ୍ଲାର ୧୧ ନମ୍ବର ଜୋନ ର ଜିଲ୍ଲାପରିଷଦ ସଭ୍ୟ ପ୍ରମୋଦ ରାୟ, ଗୋପ ବ୍ଲକ ବିଡିଓ ଛବିରାଣୀ ସାହୁ , ଜଗତସିଂହପୁର ସାଂସଦ ଙ୍କ ଗୋପ ବ୍ଲକ ପ୍ରତିନିଧି ସୁଶାନ୍ତ କୁମାର ସ୍ୱାଇଁ ପ୍ରମୁଖ  ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ରେ  ୫୦୦ ପରିବାର ମଧ୍ୟରୁ ୧୧୨ ଜଣ ହିତାଧିକାରୀ ମାନଙ୍କୁ ସଂଶୋଧିତ ପଟ୍ଟା ବଣ୍ଟନ କରାଯାଇଥିଲା । ପରବର୍ତ୍ତୀ ସମୟ ରେ ପଞ୍ଚାୟତ ଅନୁଯାୟୀ ଅବଶିଷ୍ଟ ହିତାଧିକାରୀ ମାନଙ୍କୁ ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲଦାର ଅନିଲ କୁମାର ସାହୁ ପ୍ରକାଶ କରିଥିଲେ।ଉକ୍ତ କାର୍ଯ୍ୟକ୍ରମ ରେ ୧୭ ଟି ଶିକ୍ଷାନୁଷ୍ଠାନକୁ ମଧ୍ୟ ନିଜସ୍ଵ ଜମିପଟ୍ଟା ମଧ୍ୟ ପ୍ରଦାନ କରାଯାଇଥିଲା ।ଗୋପ ଅଞ୍ଚଳ ର ଐତିହାସିକ ପୀଠ ବଳରାମ ଗାଦୀ ର ବିକାଶ ଓ ଉନ୍ନତିକରଣ ପାଇଁ ତିନି କୋଟି ଟଙ୍କା ବ୍ୟୟବରାଦ କରାଯିବ ବୋଲି ଶ୍ରୀମତୀ ପରିଡା ଘୋଷଣା କରିଥିଲେ

Leave a Reply

Your email address will not be published. Required fields are marked *