ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଙ୍ଗୀକାର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ
ପୁରୀ ୨୫/୧୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ୨.୦ ରେ ଅଙ୍ଗୀକାର ଗୃହ ପ୍ରବେଶ ଉତ୍ସବ ଆଜି ଅନୁଷ୍ଠିତ ହୋଇଥିଲା। ଆଜି ଅପରାହ୍ନ ରେ ସଦଭାବନା ସଭାଗୃହ ଠାରେ ପୁରୀ ପୌରପାଳିକା ପକ୍ଷରୁ ପ୍ରଦତ୍ତ କାର୍ୟ୍ୟାଦେଶ ଆଧାର ରେ ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀ ମାଧ୍ୟମରେ ୧୦ ଜଣ ହିତାଧିକାରୀଙ୍କୁ ଗୃହ ପ୍ରବେଶ ପାଇଁ ଚାବି କାଠି ହସ୍ତାନ୍ତର କରାଯାଇଥିଲା। କାର୍ୟ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରୀରେ କାର୍ୟ୍ୟାଦେଶ ପାଉଥିବା ହିତାଧିକାରୀ ମାନେ ନିଷ୍ଠା ଓ ପରିଶ୍ରମ ର ସହ ଏହାକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ଆହ୍ୱାନ ଦେଇଥିଲେ। ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଏଥିରେ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଉତ୍ସବରେ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ମୁଖ୍ୟ ଯୋଗାଣ ଅଧିକାରୀ ସଞ୍ଜୀବ କୁମାର ସାହୁ ଉପସ୍ଥିତ ଥିଲେ। ଗୋଷ୍ଠୀ ସଂଗଠକ ରେଶମା ମହାନ୍ତି କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।ଅତିଥି ମାନେ ୱ୍ବାର୍ଡ ନମ୍ବର ୧ ର ଗୋବିନ୍ଦ ଜେନା,୧୮ନମ୍ବର ୱ୍ବାର୍ଡ ର କଲ୍ୟାଣୀ ମୈତ୍ର,୨୫ ନମ୍ବର ୱ୍ବାର୍ଡ ର ଚନ୍ଦନ ନାୟକ ଓ ରଶ୍ମିବାଳା ନାୟକ,୨୬ ନମ୍ବର ୱ୍ବାର୍ଡ ର ଆର ଶ୍ରିନୁ ସେଠୀ, ଭଗବତୀ ବେହେରା, ୟୁ ରମେଶ, ୟୁ ଲକ୍ଷ୍ମୀ, ବି ଜଗନ୍ନାଥ ରେଡ୍ଡୀ ଓ ଲକ୍ଷ୍ମୀ ମାଳୀ ଙ୍କୁ ଗୃହ ଗୁଡିକ ପୂର୍ଣ୍ଣାଙ୍ଗ କରି ସାରିଥିବାରୁ ଗୃହ ପ୍ରବେଶର ଚାବିକାଠି ହସ୍ତାନ୍ତର କରିଥିଲେ।ଶେଷରେ ସାବିତ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।
