ଏବେ ବି ରହିଛି ଅତୀତ ନୌବାଣିଜ୍ୟ ର ଚିହ୍ନ ଓ ମୁକସାଖୀ।
ଚାରିଛକ (ଏ..ପି ନିୟୁଜ),(ସନ୍ତୋଷ ଦାଶ) ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାତଃ ରେ ନଦୀ ଓ ପୁଷ୍କରିଣୀ ଜଳରେ ଡ଼ଙ୍ଗା ଭସାଇ ଲୋକ ମାନେ ମନେ ପକାଉଛନ୍ତି ଅତୀତ ନୌ ବାଣିଜ୍ୟ ର ସ୍ମୁତି ଓ ପରମ୍ପରା କୁ। ଖୋର୍ଦ୍ଧା , କଟକ, ପୁରୀ ଜିଲ୍ଲା ଦେଇ ଦେଇ ପ୍ରବାହିତ ହେଉଥିବା ପୁଣ୍ୟତୋୟା ପ୍ରାଚୀ ନଦୀ ଦିନେ ପୂର୍ବ ଭାରତ ର ଅନ୍ୟତମ ପ୍ରାଚୀନ ଓ ପ୍ରସିଦ୍ଧ ନଦୀ ଥିଲା। ପ୍ରାଚୀ ନଦୀ ଥିଲା ସେ ସମୟ ର ଅବିଭକ୍ତ ପୁରୀ, କଟକ, ଖୋର୍ଦ୍ଧା, ଜଗତସିଂହପୁର ଜିଲ୍ଲାବାସୀ ଙ୍କ ଗମନାଗମନ ର ମୁଖ୍ୟ ପଥ। ସମଗ୍ର ବିଶ୍ବ ପାଇଁ ପ୍ରାଚୀ ନଦୀ ର ଏକାଧିକ ମୁହାଁଣ ଥିଲା ଅତୀତ କଳିଙ୍ଗ ରାଜ୍ୟ ପାଇଁ ବିଶ୍ବ ର ପ୍ରବେଶ ପଥ ଓ କଳିଙ୍ଗ ସାଧବ ମାନଙ୍କ ପାଇଁ ନୌ ଯାତ୍ରା ର ମୁଖ୍ୟ ପଥ । ପୁରାଣ ପତ୍ରିକା ର ସମ୍ପାଦକ ଗବେଷକ ଡ଼. ତ୍ରିନାଥ ପଟ୍ଟନାୟକ ଙ୍କ ମତରେ ସେ ସମୟ ରେ ପ୍ରାଚୀ ନଦୀ ର ଓସାର ୫ ରୁ ୭ କିମି ଓ ଏହା ସୁଗଭୀର ରହିଥିବାରୁ ଏହା ଦୀର୍ଘ ଦଶନ୍ଧି ଧରି ସୁନାବ୍ୟା ରହିଥିଲା। ବଙ୍ଗୋପସାଗର (ସମୁଦ୍ର) ଓ ମହାନଦୀ ମଧ୍ୟରେ ଏହା ଥିଲା ସଂଯୋଗ ର ମୁଖ୍ୟ ପଥ। ପ୍ରାଚୀ ଉପତ୍ୟକା ର ସାଧବ/ବଣିକ ମାନେ ପ୍ରାଚୀ ନଦୀ ପଥ ଦେଇ ସମୁଦ୍ର କୁ ପ୍ରବେଶ କରି ଜାଭା, ସୁମାତ୍ରା, ବ୍ରହ୍ମ ଦେଶ,ବୋର୍ଣିଓ, ସିଂହଳ, ବାଲିଦ୍ବୀପ ପ୍ରଭୃତି ଦେଶ କୁ ବାଣିଜ୍ୟ ବ୍ୟବସାୟ କରିବାକୁ ଯାତ୍ରା କରୁଥିବା ବେଳେ ବିଦେଶୀ ବଣିକ ମାନେ ମଧ୍ୟ ଏହି ପ୍ରାଚୀ ନଦୀ ପଥ ଦେଇ କଳିଙ୍ଗ ରାଜ୍ୟ କୁ ପ୍ରବେଶ କରି ବିଭିନ୍ନ ସ୍ଥାନରେ ନିଜ ସାମଗ୍ରୀ କୁ ବିକ୍ରୀ କରୁଥିଲେ। ସେ ସମୟ ରେ ସାଧବ ବଣିକ ମାନେ ବୋଇତ ଓ ପାଲଟଣା ବଡ଼ ଡ଼ଙ୍ଗା କୁ ନିଜ ସାମଗ୍ରୀ ପରିବହନ କରିବାରେ ବ୍ୟବହାର କରୁଥିଲେ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ତାଙ୍କ କହିବାନୁସାରେ ସାଧବ ବଣିକ ମାନେ ନିଜ ନିଜ ର ବୋଇତ/ଡ଼ଙ୍ଗା ଗୁଡ଼ିକୁ ପ୍ରାଚୀ ନଦୀ କୂଳରେ ଥିବା କିଛି ନିର୍ଦ୍ଦିଷ୍ଟ ସ୍ଥାନ ରେ ସାମୟିକ ଭାବେ ରଖି ବିଶ୍ରାମ ନେବା ସହିତ ସ୍ଥାନୀୟ ଅଞ୍ଚଳ ରେ ନିଜ ନିଜ ର ବାଣିଜ୍ୟ ବ୍ୟବସାୟ କରୁଥିଲେ। ପ୍ରାଚୀ ନଦୀ କୂଳରେ ବୋଇତ/ଡ଼ଙ୍ଗା କୁ ସାମୟିକ ଭାବେ ରଖିବାକୁ ସ୍ଵତନ୍ତ୍ର ଭାବେ ନିର୍ମିତ ରହଣି ସ୍ଥଳ ର କିଛି ସ୍ଥାନ କୁ ଚିହ୍ନଟ କରାଯାଇଛି।ସେହି ସ୍ଥାନ ଗୁଡ଼ିକ ହେଲା ବୋଇତ ଡିହ, କୁଦପାଟଣା, ଜାହାଜ ପଡ଼ିଆ, ବୋଇତ ବନ୍ଧା ଗଛ, ବନ୍ଦେଶ୍ୱର ଓ ବୋଇତ କୁଦ। ଏହି ସ୍ଥାନ ଗୁଡ଼ିକ ଏବେ ବି ରହିଛି ଆଉ ମନେ ପକାଇ ଦେଉଛି ଅତୀତ ଦିନ ର ନୌ ବାଣିଜ୍ୟ ର ସ୍ବର୍ଣ୍ଣାଭ ପରମ୍ପରା କୁ। ଏବେ ବି ପ୍ରାଚୀ ଉପତ୍ୟକା ର ବିଭିନ୍ନ ସ୍ଥାନ ରେ ବତୀ ଖୁଣ୍ଟ, ଉଚ୍ଚ ଉଚ୍ଚ ମାଟି, ବାଲି ସ୍ତୁପ ଦେଖିବାକୁ ମିଳିଥାଏ। ଏବେ ବି ପ୍ରାଚୀ ଉପତ୍ୟକା ରେ ଚାଲୁଛି ସାପ୍ତାହିକ ହାଟ ଆଉ ରହିଛି ଅନେକ ପାଟଣା ଯାହା କି ଅତୀତ ଓଡ଼ିଶା ସାଧବ ମାନଙ୍କ ନୌ ବାଣିଜ୍ୟ ର ଚିହ୍ନ ଓ ମୁକସାଖି ହୋଇ ରହିଛିଆଜି ଥିଲା ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପ୍ରାତଃ ରୁ ଚାରିଛକ,ନୟାହାଟ, ନିମାପଡ଼ା, କାକଟପୁର ଅଞ୍ଚଳ ର ଆବାଳ ବୃଦ୍ଧ ବନିତା ସ୍ନାନ କରି ପ୍ରାଚୀ,କାଦୁଆ ନଦୀ ସହିତ ବିଭିନ୍ନ ସ୍ଥାନରେ ଥିବା ପୁଷ୍କରିଣୀ ମାନଙ୍କ ରେ ଡ଼ଙ୍ଗା ଭସାଇ ଅତୀତ ଓଡ଼ିଶା ର ନୌ ବାଣିଜ୍ୟ କୁ ମନେ ପକାଇ ଗାଇଥିଲେ ଆ. କା. ମା .ବୈ ଗୀତ। ବିଭିନ୍ନ ସ୍ଥାନରେ ଥିବା ମନ୍ଦିର ରେ ପ୍ରଭୁ ଧବଳେଶ୍ଵର ଙ୍କ ପାଇଁ କଦଳୀ ଶିରିଣି , ଗଜ ମଣ୍ଡା ପ୍ରସ୍ତୁତ କରାଯାଇ ଭୋଗ ଅର୍ପଣ କରା ଯାଇଥିଲା। ଶ୍ରଦ୍ଧାଳୁ ମାନେ ଡ଼ଙ୍ଗା ଭସାଇ ଦେଇ ମନ୍ଦିର କୁ ଯାଇ ଦେବ ଦର୍ଶନ କରିବା ସହିତ ଶିରିଣି ଓ ମଣ୍ଡା ଭୋଗ ଖାଇଥିଲେ। ବିଭିନ୍ନ ସ୍ଥାନରେ ବିଧବା ମହିଳା ଓ ବ୍ରତ ଧାରୀ ମାନେ କରିଥିବା ରାଇ ଦାମୋଦର ପୂଜା କୁ ଉଦଯାପନ କରିଥିଲେ
