Uncategorizedରାଜ୍ୟ

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ଙ୍କୁ ସମୀର ଙ୍କ ତେରେଛା ବାଣ। ସୁଧୁରିଯାଅ ନହେଲେ ଲୋକ ଉଚିତ ଜବାବ ଦେବେ।

Spread It

ଗୋପ,( ଏ ପି ନ୍ୟୁଜ୍,ସନ୍ତୋଷ ଦାଶ) କ୍ଷମତାରେ ରହି କ୍ଷମତାର ଅପବ୍ୟବହାର କଲେ ଲୋକେ ଠିକ ସମୟରେ ଉଚିତ ଜବାବ ଦେବେ ବୋଲି ବୁଧବାର ବେଦପୁର ପଞ୍ଚାୟତ ଅନ୍ତର୍ଗତ ବଳରାମ ଦାସ ସମାଧିପୀଠରେ ଆୟୋଜିତ ଭାଜପାର ଦଳୀୟ ବୈଠକରେ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ମୁଖପାତ୍ର ସମୀର ରଞ୍ଜନ ଦାଶ ଉପସ୍ଥିତ କର୍ମୀମାନଙ୍କୁ କହିଥିଲେ। ବେଦପୁର ପଞ୍ଚାୟତର ଯୁବନେତା ଅଜୟ କୁମାର ମିଶ୍ର ଙ୍କ ସଭାପତିତ୍ୱ ରେ ଆୟୋଜିତ ଦଳୀୟ ବୈଠକ ରେ ମନଦୀପ ପାଇକରାୟ, ଦେବାଶିଷ ସାହୁ, କମଳାକାନ୍ତ ମହାନ୍ତି, ବିଷ୍ଣୁଚରଣ ବେହେରା ଙ୍କ ସମେତ ବହୁ ଦଳୀୟ କର୍ମୀ ଯୋଗ ଦେଇଥିଲେ। ଆମ କର୍ମୀ ମାନଙ୍କ ଭୋଟ ପାଇ ନିର୍ବାଚନ ରେ ବିଜୟୀ ହୋଇ ଉପ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଭାତୀ ପରିଡ଼ା ଆମ କର୍ମୀ ମାନଙ୍କୁ ହତାଦର କରୁଛନ୍ତି।ସାଧାରଣ ଲୋକ ଙ୍କ ଅଭିଯୋଗ, ସମସ୍ୟା ଶୁଣିବା ତ ଦୂରର କଥା ତାଙ୍କ ସହିତ ଦେଖା ହେବା କଷ୍ଟକର ହୋଇ ଯାଇଥିବା ସମୀର ଅଭିଯୋଗ ଆଣି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ଙ୍କୁ ତେରେଛା ବାଣ ମାରିଥିଲେ। ସୁଧୁରିଯାଅ ନହେଲେ ଲୋକ ମାନେ ଠିକ ସମୟ ରେ ଉଚିତ ଜବାବ ଦେବେ ବୋଲି ଚେତାବନୀ ଦେଇଥିଲେ। ଦୀର୍ଘ ୧୮ ମାସ ସରକାର ରେ ନିର୍ବାଚନ ମଣ୍ଡଳୀ ର କୌଣସି ପଞ୍ଚାୟତର କୌଣସି ଉନ୍ନୟନ କାର‌୍ୟ୍ୟ ନ ହେବା, ଆବାସ ଗୃହ ଯୋଜନାରେ ଅନିୟମିତତା, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ମହାଦୁର୍ନୀତି ସହ ଅନ୍ୟାନ୍ୟ ଘଟଣାରେ ମଧ୍ୟ ଆମ କର୍ମୀ ଅବହେଳିତ ହେଉଥିବା ସମୀର କହିଥିଲେ ଓ ପୂର୍ବତନ ମନ୍ତ୍ରୀ ତଥା ଭାଜପାର ରାଜ୍ୟ ମୁଖପାତ୍ର ଶ୍ରୀ ଦାଶ ସିଧାସଳଖ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ଙ୍କୁ ତେରେଛା ବାଣ ମାରିବା ଘଟଣା ଏବେ ନିର୍ବାଚନମଣ୍ଡଳୀ ର ରାଜନୈତିକ ପାଣିପାଗ କୁ ବେଶ ଉଷ୍ମ କରି ଦେଇଛି। ଗତ କିଛି ଦିନ ହେବ ଶ୍ରୀ ଦାଶ ବିଭିନ୍ନ ପଞ୍ଚାୟତ ରେ ନିଜ ସମର୍ଥକ ମାନଙ୍କୁ ନେଇ ସଭା ଆୟୋଜନ କରୁଥିବା ବେଳେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କୁ ସମାଲୋଚନା କରି ଚାଲିଛନ୍ତି। ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଙ୍କ ଉପରେ ସମୀର ଅସନ୍ତୁଷ୍ଟ ହେବା ପଛରେ କି କାରଣ ରହିଛି ତାହା ଜଣା ପଡିନାହିଁ। ଦଳର ପ୍ରଧାନମନ୍ତ୍ରୀ ଓ ମୂଖ୍ୟମନ୍ତ୍ରୀ ଙ୍କୁ ଶ୍ରୀ ଦାଶ ପ୍ରଶଂସା କରୁଥିବା ବେଳେ ପ୍ରଭାତୀ ଙ୍କୁ ତେରେଛା ବାଣ ମାରିବା ଘଟଣା ଏବେ ସାରା ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *