ରାଜ୍ୟ

ମାଟ୍ରିକ୍ ଛାତ୍ରଛାତ୍ରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ।

Spread It

ଚାରିଛକ,(ସନ୍ତୋଷ ଦାଶ ଏ.ପି ନ୍ୟୁିଜ) ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଚାରିଛକସ୍ଥିତ ଅନ୍ନପୂର୍ଣ୍ଣା ସରକାରୀ ଉଚ୍ଚବିଦ୍ୟାଳୟ ପରିସରରେ ଆଜି ପ୍ରଧାନଶିକ୍ଷୟତ୍ରୀ ମନସ୍ବିନୀ ଲେଙ୍କା ଙ୍କ ତତ୍ତ୍ବାବଧାନରେ ଓ ଶିକ୍ଷକ ତ୍ରିଲୋଚନ ପ୍ରଧାନଙ୍କ ସହାୟତାରେ ମାଟ୍ରିକ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ବତନ୍ତ୍ର ପ୍ରଶିକ୍ଷଣର ଶୁଭାରମ୍ଭ ହୋଇଛି। ଏଥିରେ ଜୋନ୍-୧ର ୧୨ଟି ବିଦ୍ୟାଳୟର ପ୍ରାୟ ୨୦ଜଣ ଏ ଓ୍ୱାନ୍ ଆଶାୟୀ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଦୁଇଦିନଧରି ଅନୁଷ୍ଠିତ ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିରରେ ପ୍ରବୀଣ ଶିକ୍ଷକ ମନୋରଂଜନ ସ୍ବାଇଁ, ପ୍ରଦୀପ୍ତ କୁମାର ବେହେରା, ସୁଧୀର କୁମାର ବେହେରା, ଜଗନ୍ନାଥ ଭୋଳ, ଶଶୀଭୂଷଣ ରଥ, ମଙ୍ଗରାଜ ରଥ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏ ୱାନ୍ ଗ୍ରେଡ୍ ହାସଲ ପାଇଁ ବିଭିନ୍ନ ପରାମର୍ଶ ଓ ଉପଦେଶ ପ୍ରଦାନ କରିଥିଲେ । ଜିଲ୍ଲା ନୋଡାଲ ଅଫିସର(ଡିଏଓ) ରମାକାନ୍ତ ଓଝା ଓ ଅଂଶୁମାନ ଚମ୍ପତ୍ତିରାୟଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଗାଇଡ୍‌ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ଥିଲେ । ଏହି କାର‌୍ୟ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ ଚନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ପାତ୍ର, ବାବାଜୀ ଚରଣ ସେନାପତି, ବିଭୁ ପ୍ରସନ୍ନ ଦାସ, ଶିବବ୍ରତ ମଲ୍ଲ, ଶିକ୍ଷୟିତ୍ରୀ କ୍ରିଷ୍ଣା ମହାପାତ୍ର, ଆଦ୍ୟାଶା ପ୍ରିୟଦର୍ଶିନୀ, ରାନୀ ବସ୍ତିଆ, ଅଭିଭାବକ ରଶ୍ମିତା ସାହୁ ଓ ଟିକି ସ୍ବାଇଁ, ରଂଜନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *