ରାଜ୍ୟ

ଡ଼ଃ ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ସଂସଦ ପକ୍ଷରୁ ଡ଼ଃ କଲାମଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ

Spread It

ଡ଼ଃ ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ସଂସଦ ପକ୍ଷରୁ ଡ଼ଃ କଲାମଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳିତ
Date. 27.07.2025

ଆଜି ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ମହାନ୍ ବୈଜ୍ଞାନିକ,ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତ ରତ୍ନ ସ୍ବର୍ଗତ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ଅବସରରେ ପ୍ରଥମେ ପୂର୍ବତନ ରାଷ୍ଟ୍ରପତି ଡ଼ଃ କଲାମଙ୍କ ଫୋଟୋରେ ପୁଷ୍ପମାଲ୍ୟ ଅର୍ପଣ କରାଯିବାସହ ଅତିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ କରାଯାଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଚେତନା ସ୍ୱତନ୍ତ୍ର ବିଦ୍ୟାଳୟର ସଙ୍ଗୀତ ଶିକ୍ଷୟିତ୍ରୀ ଶ୍ରୀମତୀ ସ୍ମୃତି ତ୍ରିପାଠୀ ଏବଂ ଅନ୍ୟ ମାନଙ୍କ ଦ୍ୱାରା ଡ଼ଃ କଲାମଙ୍କୁ ଶ୍ରଦ୍ଧାଞ୍ଜଳି ପୂର୍ବକ ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା | ମୁଖ୍ୟ ଅତିଥି ଭାବେ ଡ଼ଃ ବସନ୍ତ କୁମାର କର, ଜୁଏଲସ୍ ଇଣ୍ଟରନ୍ୟାସନାଲ୍ ର ପ୍ରତିଷ୍ଠାତା ସଦସ୍ୟ ତଥା ସାଧାରଣ ସମ୍ପାଦକ ପ୍ରଫେସର ନାରାୟଣ ଚ଼ନ୍ଦ୍ର ପତି,ଡ଼ଃ ଏପିଜେ ଅବଦୁଲ କଲାମଙ୍କ ସ୍ମୃତି ସଂସଦର ଅଧ୍ୟକ୍ଷ ଶ୍ରୀ ମନୋଜ କୁମାର ମହାପାତ୍ର, ମୁଖ୍ୟବକ୍ତା ଶ୍ରୀ ଚିତ୍ତରଞ୍ଜନ ମିଶ୍ର, ସମ୍ମାନିତ ଅତିଥି ଡ଼ଃ ରାମ କୁମାର ମହାପାତ୍ର ପ୍ରମୁଖ ଯୋଗଦେଇ ଡ଼ଃ ଏପିଜେ ଅବଦୁଲ କଲାମଙ୍କ ଦେଶପ୍ରେମ ଓ ଭାରତକୁ ବିକାଶ ପଥରେ ନେବାରେ ତାଙ୍କ ଅବଦାନ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ଡକ୍ଟର କଲାମ ବିଜ୍ଞାନ ଏବଂ ସାର୍ବଜନୀନ ଜୀବନ କ୍ଷେତ୍ରରେ ଏକ ଅଲିଭା ଛାପ ଛାଡି ଯାଇଛନ୍ତି। ତାଙ୍କର ଆଦର୍ଶ ଏବଂ ମୂଲ୍ୟବୋଧ ଆଜିର ସମାଜ ପାଇଁ ପ୍ରେରଣା ଉତ୍ସ ହୋଇ ରହିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏଥିସହିତ ଡ଼ଃ କଲାମଙ୍କ ସହ ଅଙ୍ଗାଙ୍ଗୀ ଭାବେ ପରିଚିତ ବୈଜ୍ଞାନିକ କାର୍ତ୍ତିକ ସ୍ୱାଇଁ, ଡଃ ଜ୍ଞାନଦେବ ମହାରଣା, ଏନ ସି ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ | ପରିଶେଷରେ ଚ଼େତନା ସ୍ବତନ୍ତ୍ର ଶିକ୍ଷା ମହାବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀ ଲଲାଟେନ୍ଦୁ କର ଧନ୍ୟବାଦ୍ ଜ୍ଞାପନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଚେତନା ଅନୁଷ୍ଠାନର ଭିନ୍ନକ୍ଷମ ଛାତ୍ରଛାତ୍ରୀ, ସ୍ୱତନ୍ତ୍ର ଶିକ୍ଷା ତାଲିମ ନେଉଥିବା ଛାତ୍ରଛାତ୍ରୀ ଏବଂ ସମସ୍ତ କର୍ମକର୍ତ୍ତାଙ୍କ ସହ ଅନେକ ଜ୍ଞାନୀ ଗୁଣି ବ୍ୟକ୍ତି ଯୋଗ ଦେବା ସହ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ | ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ ଚେତନା ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ବିନୟ ଭୂଷଣ ମହାପାତ୍ର ଏଵଂ ଅବଦୁଲ କଲାମ ସ୍ମୃତି ସଂସଦର ସଦସ୍ୟ ଶ୍ରୀ ଭରତ ଚନ୍ଦ୍ର ବେହେରାଙ୍କ ତତ୍ୱାବଧାନରେ ପରିଚାଳିତ ହୋଇଥିଲା |

Leave a Reply

Your email address will not be published. Required fields are marked *