ରାଜ୍ୟ

ନିମାପଡ଼ା କୋଣାର୍କ ଓ ଅସ୍ତରଙ୍ଗର ଏହା ଏକ ପବିତ୍ର ଭୂମି : ମହାମହିମ ରାଜ୍ୟପାଳ

Spread It

ନିମାପଡ଼ା କୋଣାର୍କ ଓ ଅସ୍ତରଙ୍ଗର ଏହା ଏକ ପବିତ୍ର ଭୂମି : ମହାମହିମ ରାଜ୍ୟପାଳ
ନିମାପଡ଼ା, ୪/୫(APNEWS) ନୂଆ ବାରବାଟୀ ପଡ଼ିଆ ଠାରେ ଆୟୋଜିତ ଦୁଇଦିନିଆ ନିମାପଡ଼ା ଉତ୍କର୍ଷ ସମ୍ମିଳନୀକୁ ଆଜି ପୂର୍ବାହ୍ନରେ ମହାମହିମ ରାଜ୍ୟପାଳ ଡ଼. ହରିବାବୁ କୁମ୍ଭମପତି ଉଦଘାଟନ କରି କହିଛନ୍ତି ନିମାପଡ଼ା କୋଣାର୍କ ,ରାମଚଣ୍ଡି ଏବଂ ଅସ୍ତରଙ୍ଗ ବେଳାଭୂମିର ପ୍ରବେଶ ପଥ ନୁହେଁ ଏହି ସ୍ଥାନ ହେଉଛି ଏକ ପବିତ୍ର ଭୂମି। ଏହି ସ୍ଥାନ ଏକ ସାଂସ୍କୃତିଓ ଧାର୍ମିକ ପୀଠ, ଏହି ନିର୍ବାଚନ ମଣ୍ଡଳୀରେ ଭରି ରହିଛି ବସ୍ତିର୍ଣ୍ର ଚାଷ ଜମି। ଏହି ସମ୍ମିଳନୀ ସେଲିବ୍ରେସନ କରିବାପାଇଁ ଅନୁଷ୍ଠିତ ହୋଇନାହିଁ ଜାଗରଣ ସୃଷ୍ଟି ପାଇଁ ହୋଇଛି। ଯୁବକମାନଙ୍କୁ କିଭଳି ଅଧିକରୁ ଅଧିକ ସୁବିଧା ଓ ସୁଯୋଗ ମିଳିବ ଏହି ଅଞ୍ଚଳରେ କିଭଳି ପର୍ୟ୍ୟଟନର ବିକାଶ ହେବ ଏବଂ ଏହି ଅଞ୍ଚଳର ଯୁବକମାନେ ଆତ୍ମନିଯୁକ୍ତି ପାଇ ଉପକୃତ ହେବେ ଏବଂ ସମଗ୍ର ଓଡ଼ିଶାରେ ପୁରୀଜିଲାକୁ ଏବଂ ନିମାପଡ଼ା ନିର୍ବାଚନ ମଣ୍ଡଳୀକୁ ରାଜ୍ୟରେ ଏକନମ୍ବର ନିର୍ବାଚନ ମଣ୍ଡଳୀରେ ପହଁଞ୍ଚାଇବା ଲକ୍ଷ୍ୟରଖି ମୋ ସରକାରେ ଥିବା ଏହି ଅଞ୍ଚଳରୁ ପ୍ରତିନିଧିତ୍ବ କରୁଥିବା ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା ଚେଷ୍ଟାଓ ଉଦ୍ୟମ ଚଳାଇଛନ୍ତି।

ପୁରୀ ଜିଲାପାଳ ସିଦ୍ଧାର୍ଥ କୁମାର ସ୍ବାଇଁ ସ୍ବାଗତ ଭାଷଣ ଦେଇଥିଳେ। ମାଟିକ, ଯୁକ୍ତ ଦୁଇ ପରୀକ୍ଷାରେ ୯୦ ପଅତିଶତ ନମ୍ବର ରଖିଥିବା ଛାତ୍ର ଛାତ୍ରୀମାନଙ୍କ ସହ ଏନଐ,ସିର ଦୁଇ ଜଣ ସଫେଇ କର୍ମଚାରୀ ଲକ୍ଷ ପତି ଦିଦିଙ୍କୁ ଏହି ଅବସରରେ ମହାମହିମ ରାଜ୍ୟପାଳ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରେ ଉତ୍କର୍ଷ ନିମାପଡ଼ା ର ୱେବସାଇଟକୁ ଉନ୍ମମୋଚନ କରାଯାଇଛି। ଏବଂ ଉଧଘାଟନ ଉତ୍ସବରେ ଯୋଗଦେଇ ଥିବା ମହାମହିମ ରାଜ୍ୟପାଲ ଏବଂ ଅତିତିମାନଭ୍କୁ ଉପମୁଖ୍ୟମନ୍ତ୍ରୀ ନିମାପଡ଼ାର ପ୍ରସିଦ୍ଦ ଛେନାଝିଲିର ପଟୋ ପ୍ରଦାନ କରିଥିଲେ। ସାସଂଦ ବିଭୁ ପ୍ରସାଦ ତରାଇ ଯୋଗଦେଇ ନିମାପଡ଼ାରୁ ପ୍ରତିନିଧତ୍ବ କରି ମନ୍ତ୍ରୀ ହୋଇଥିଲେ କିନ୍ତୁ ନିମାପଡ଼ା ନିର୍ବାଚନ ମଣ୍ଡଳୀପାଇଁ କିଛି କରିନଥିଲେ। ନିମାପଡ଼ା କ୍ଷୁଦ୍ର ଶିଲ୍ପ ପ୍ରତିଷ୍ଠାହେବା ପାଇଁ ସୁଯୋଗ ରହିଛି। ଏହି ଉତ୍ସବରେ ଆୟୋଜକ ତଥା ଉପମୁଖ୍ରମନ୍ତ୍ରୀ ଉତ୍କର୍ଷ ନିମାପଡ଼ା ୨୦୨୫ ର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ବିଷୟରେ ସୁଚନା ଦେଇ ଥିଲେ। ଏହି ସମ୍ମିଳନୀରେ ଦୁଇ ଦିନ ମଧ୍ୟରେ ୧୧ଟି ବିଷୟ ଉପରେ ଜନପ୍ରତିନିଧି, ବୁଦ୍ଧିଜୀବୀ ଓ ଏକସ୍କପର୍ଟ ମାନଙ୍କର ମଧ୍ୟରେ ଆଲୋଚନା କରାଯାଇ ମତାମତ ସଂଗ୍ରହ କରି ୨୦୩୬ ବିକଶିତ ନିମାପଡ଼ାର ସ୍ବପ୍ନ ଏବେ ଠାରୁ ଆରମ୍ଭ ହେବ ।

ଏହି ସମ୍ମିଳନୀରେ ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର, ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ପୁରୀ ବିଧାୟକ ସୁନୀଲ ମହାନ୍ତି ମିଶନଶକ୍ତି ନିର୍ଦ୍ଦେଶିକାମୋନିକା ପ୍ରିୟଦର୍ଶନୀ ପୁରୀ ଏସ.ପି ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲା ଯୋଗଦେଇଥିଲେ। ଧନ୍ୟବାଦ ପ୍ରସ୍ତାବ ଆୟୋଜକ ସଂପାଦକତଥା ବିଡ଼ିଓ ଡ଼ାକ୍ତର ଅଭିଜିତ ଷଡ଼ଙ୍ଗୀ ଇଂଗ୍ରାଜିରେ କହିବାରୁ ଉପସ୍ଥିତ ବୁଦ୍ଧିଜୀବୀମାନେ ଓଡ଼ିଆ ଅସ୍ମିତା କଥା ଉଠାଇଥିଲେ। ଏହି ସମ୍ମିଳନୀରେ ସାଧାରଣ ମହିଳାମାନେ ଉପସ୍ଥିତ ଅଛନ୍ତି ଇଂଗ୍ରାଜିଭାଷାରେ ଧନ୍ୟବାଦ ଭାଷଣ ଦେବାରୁ ସମାଲୋଚନାର ସ୍ବର ସଭାସ୍ଥଳରେ ଉଠିଥିଲା ଏବଂ ଅନେକ ଇଂଗ୍ରାଜି ଭାଷଣକୁ ସମ୍ମିଳନୀ ସ୍ଥଳରେ ନାପସନ୍ଦ କରିଛନ୍ତି । ବୁଦ୍ଧଜିବୀ ଚତ୍ତ ରଞନ ସେନାପତି କହିଛନ୍ତି ଆମେ ଓଡ଼ିଆ ଅସ୍ମିତା କଥା କହୁଛୁ ରାଜ୍ୟପାଳ ଙ୍କ ଭାଷଣକୁ ଓଡ଼ିଆରେ ବୁଝାଇ ଦିଆଗଲା ଅଥଚ ଧନ୍ୟବାଦ ପ୍ରସ୍ତା ଇଂଗଲିସରେ ।

ସମ୍ମିଳନୀର ପ୍ରଥମ ସେସନରେ ସୁସ୍ଥ ନିମାପଡ଼ା ,ଉତ୍କର୍ଷ ଗ୍ରାମ ସଂପର୍କରେ ଆଲୋଚନା ହୋଇଛି। ଅପରାହ୍ନ ସେସନରେ ନିପଡ଼ା ପୁଳି ଏସଡ଼ିପିଓଙ୍କ ଜନାର୍ଦ୍ଦନ ପାଢୀଙ୍କ ନେତୃତ୍ବରେ ଅପରାଧ ରହିତ ନିମାପଡ଼ା ସଂପର୍କରେ ଆଲୋଚନା କରାଯାଇଛି।ସଂଧ୍ୟାରେ ସାସଂକୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବାର କାର୍ୟ୍ୟକୟ୍ରମ ରହିଛି। ଉଦଘାଟନ ଉତ୍ସବକୁ ପୁରୀ ଜିଲା ସୁଚନା ଉପନିଦ୍ଦେଶକ ସନ୍ତୋଷ କୁମାର ସେଠୀ ପରିଚାଳନା କରିଥିଲେ। ରାଜ୍ୟର ବିଜେପି ସରକାର ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ତାଙ୍କର ଏକ ବର୍ଷ କାର୍ୟ୍ୟକାଳର ରିପୋର୍ଟ କାର୍ଡ଼ ସଂଧ୍ୟା ସେସନରେ ମଚଂରେ ପଢି ଶୁଣାଇଥିଲେ। ଉତକର୍ଷ ସମ୍ମିଳନୀରେ ପ୍ରସଦାର ପ୍ରଚାର କ୍ଷେତ୍ରରେ ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ଲକ୍ଷଲକ୍ଷ ଟଙ୍କା ସମ୍ମିଳନୀରେ ଖର୍ଚ୍ଚ ହେଉଛି ଅଥଚ ଗଣମାଧ୍ୟମକୁ ବିଜ୍ଞାପନ ନିମାପଡ଼ା ଉତ୍କର୍ଷର ଆୟୋଜକମାନେ ଏବିଷୟରେ ଚିନ୍ତା ମଧ୍ୟ କଳେନାହିଁ। ସମ୍ପର୍ଣ୍ଣ ରୁପେ ଅଣଦେଖାକରି ଛାଡ଼ିଦେଲେ 

Leave a Reply

Your email address will not be published. Required fields are marked *