ରାଜ୍ୟ

ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ” ସ୍ୱାଭିମାନ ସମ୍ମାନ ” ସମ୍ମାନରେ ସମ୍ମାନ୍ନିତ

Spread It

———–
ଚାରିଛକ (ଏ.ପି ନିୟୁଜ) ପବିତ୍ର ଅଁଳା ନବମୀ ତିଥିରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ଆୟୋଜିତ ରାଜ୍ୟସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ଆଦ୍ୟ ସେବକ ଶ୍ରୀ ଶ୍ରୀ ଗଜପତି ମହାରାଜଙ୍କ ଦ୍ୱାରା ଅଧ୍ୟକ୍ଷାଙ୍କୁ ଏହି ସମ୍ମାନ ସମ୍ବର୍ଦ୍ଧିତ କରାଯାଇଛି କ୍ଷ ଅଧ୍ୟକ୍ଷା ତାଙ୍କର ଏହି ସମ୍ମାନ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନଙ୍କୁ ଉତ୍ସର୍ଗ କରିଛନ୍ତି କ୍ଷ ଅଧ୍ୟକ୍ଷା ତାଙ୍କ ସଫଳତାର ଶ୍ରେୟ ନିଗମାନନ୍ଦ ମହିଳା ମହାବିଦ୍ୟାଳୟ ଓ ତାଙ୍କ ପରିବାର ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି କ୍ଷ ଅଧ୍ୟକ୍ଷା ଜଗତରନାଥ ଶ୍ରୀଜଗନ୍ନାଥଙ୍କ କୃପା ଓ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ପରମହଂସ ଆଶ୍ରିର୍ବାଦ କାମନା କରିବା ସହ ନିଗମାନନ୍ଦ ମହିଳା ମହାବିଦ୍ୟାଳୟକୁ ସଫଳତାର ଶୀର୍ଷରେ ପହଞ୍ଚାଇବା ପାଇଁ ପାର୍ଥନା କରିଛନ୍ତି କ୍ଷ ଅଧ୍ୟକ୍ଷାଙ୍କ ସଫଳତା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଅଧ୍ୟକ୍ଷାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *