ରାଜ୍ୟ

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ବକ୍ସିଙ୍ଗ୍, ମାଲ୍ ଖମ୍ବ ଓ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

Spread It

ରାଜ୍ୟ ସ୍ତରୀୟ ବିଦ୍ୟାଳୟ ବକ୍ସିଙ୍ଗ୍, ମାଲ୍ ଖମ୍ବ ଓ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

 ପୁରୀ (ଆଜିପର୍ଯ୍ୟନ୍ତ ନିୟୁଜ) ପୁରୀ ଜିଲ୍ଲା ସ୍କୁଲ୍ ପରିସର ମଧ୍ୟରେ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ବକ୍ସିଙ୍ଗ୍, ମାଲ୍ ଖମ୍ବ ଓ ଜିମ୍ନାଷ୍ଟିକ୍ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି ।ଏହି ପ୍ରତିଯୋଗିତା ଆସନ୍ତା ତା -୧୭ ରୁ ୧୯ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏଥିରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୫୦ ରୁ ଊର୍ଦ୍ଧ୍ବ କ୍ରୀଡ଼ାବିତ୍ ଓ ୧୦୦ ରୁ କୋଚ୍, ମ୍ୟାନେଜର ତଥା ଅଫିସିଆଲ୍ ମାନେ ଯୋଗ ଦେବାର କାର‌୍ୟ୍ୟକ୍ରମ ରହିଛି ।ଏହି ବୈଠକରେ ପୁରୀ ଜିଲ୍ଲାସ୍ଥ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଦକ୍ଷ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ, କୋଚ୍ ଓ ବିଭିନ୍ନ ବିଭାଗୀୟ ଅଫିସିଆଲ୍ ଯୋଗ ଦେବା ସହ କ୍ରୀଡ଼ାବିତ୍ ଓ ଅନ୍ୟ ମାନଙ୍କର ସୁବିଧାରେ ରହିବା , ଖାଇବା ଓ କ୍ରୀଡ଼ା ପରିଚାଳନା କରିବା ଆଦି ସମ୍ପର୍କରେ ବିଭିନ୍ନ କମିଟି ପୁରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଦୀପକ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ହିମାଂଶୁ ଭୁଷଣ ସମରଥ, ଶ୍ରୀ ଦ୍ବିତୀକାନ୍ତ ପ୍ରଧାନ, ଜିଲ୍ଲାର ପ୍ରତ୍ୟେକ ବ୍ଲକର ବିଇଓ, ସୁବାସ ଚନ୍ଦ୍ର ସାହୁ, ରାମଚନ୍ଦ୍ର ମିଶ୍ର ପ୍ରଭୃତି ପ୍ରଧାନ ଶିକ୍ଷକ ଓ ଜିଲ୍ଲା ସ୍କୁଲ୍ ପୁରୀର ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର କର ପ୍ରଭୃତି ଯୋଗଦାନ କରି ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶିକ୍ଷକ ଶ୍ରୀ ବିଦ୍ୟାଧର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ ଓ ଶାରୀରିକ ଶିକ୍ଷା ଶିକ୍ଷକ ଶ୍ରୀ ନିହାର ରଞ୍ଜନ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *