ରାଜ୍ୟ

୭୭ ଗ୍ରାମ ହିରୋଇନ, ନଗଦ ୧୧ଶହ ଟଙ୍କା,ସହ ବ୍ୟବସାୟୀ  ଗିରଫ

Spread It

 

 ନିମାପଡ଼ା,(ଏ.ପି ନ୍ୟିୁଜ)  ନିମାପଡ଼ା ରେଞ୍ଜ ଅବକାରୀ ପୁଲିସ ଗୋପ – ଚାରିଛକ ରାସ୍ତାର  ଗୋପ ଥାନା ଅନ୍ତର୍ଗତ ଖଡ଼ିସ ଛକ ନିକଟରେ ଥିବା ପେଟ୍ରୋଲ ପମ୍ପ ନିକଟରେ ହିରୋଇନ ବିକ୍ରିହେଉଥିବା ଖବରପାଇ  ସେଠାରେ ଛଢଉ କରିବାରୁ  ହିରୋଇନ ବିକ୍ରି  କରୁଥିବା ବ ସୃତି ନାୟକ (୩୫)ନାମକ ବ୍ୟବସାୟୀକୁ ଧରିଥିଲେ । ତଲାସି ନେବାରୁ ସ୍ରତି ନାୟକ ପାଖରୁ ୭୭ ଗ୍ରାମ ଓଜନର ହିରୋଇନ  ଜବତ କରିଥିଲେ। ଏହା ସହ ନଗଦ ୧୧ଶହ ଟଙ୍କା ମଧ୍ୟ ଥିଲା। ସୃତି ନାୟକ ଗ୍ରାମାଞ୍ଚଳକୁ ନେଇ ଉତ୍କଟ ନିଶା    ଦ୍ରବ୍ୟ  କରୁଥିଲା। ଅଭିଯୁକ୍ତ ସୃତି ନାୟକ ଘର ନିମାପଡ଼ା ଥାନା ଅଧିନସ୍ଥ ପାଟପୁର ରେ  ପିତାଙ୍କ ନାମ ସ୍ବର୍ଗତ ବଳରାମ ନାୟକ ବୋଲି ଅବକାରୀ ବିଭାଗ ସୁଚନା ଦେଇଛି  । ଗିରଫ ହିରୋଇନ ବ୍ୟବସାୟୀ ସୃତି ନାୟକକୁ ଅବକାରୀ ନିମାପଡ଼ା ରେଞ୍ଜ ଅଧିକାରୀଏନ.ଡ଼ି.ପିଏସ ଆଇନ ବଳରେ ଗିରଫ କରି  ନିମାପଡ଼ା କୋର୍ଟ ଚାଲଣ।କରିଛନ୍ତି।

Leave a Reply

Your email address will not be published. Required fields are marked *