ଚାରିଛକ,(ଏ ପି ନ୍ୟୁଜ/ ସନ୍ତୋଷ ଦାଶ) ନିକଟସ୍ଥ ତୁଳସୀପୁର ପଞ୍ଚାୟତ ସୁଧବାରିମୂଳ ଗ୍ରାମରେ ରେ ପ୍ରତିବର୍ଷ ପରି ଚଳିତ ବର୍ଷ ୨୬ ତମ ଅଷ୍ଟମ ପ୍ରହର ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅଷ୍ଟମ ପ୍ରହର ନାମଯଜ୍ଞ ପାଇଁ ଅଧିବାସ ଦିନ ନିତି ନିୟମ ଅନୁସାରେ ସଂକୀର୍ତ୍ତନ କରି ଏକ ଶୋଭାଯାତ୍ରା ରେ ଶ୍ରଦ୍ଧାଳୁ ମାନେ ଯାଇ ନିକଟସ୍ଥ ତୁଳସୀପୁର ଗ୍ରାମ ର ତେଲେଙ୍ଗା ପୁଷ୍କରିଣୀ ରୁ କଳସ ରେ ପାଣି ଆଣି କୁଞ୍ଜରେ ସ୍ଥାପନ କରି ଥିଲେ । ଗ୍ରାମବାସୀ ଙ୍କ ଦ୍ବାରା ଆୟୋଜିତ ଅଷ୍ଟମପ୍ରହର ନାମଯଜ୍ଞ ରେ ନିକଟସ୍ଥ ଗ୍ରାମର ଦଶ ରୁ ଉର୍ଦ୍ଧ୍ବ ସୁନାମ ଧନ୍ୟ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗ ଦେଇ ନାମ ଜପ କରିଥିଲେ। ଏହି କାର୍ଯ୍ୟକ୍ରମରେ କର୍ତ୍ତା ଭାବେ ରଘୁନାଥ ବେହେରା ଓ କର୍ତ୍ତୀ ଭାବେ ସ୍ବର୍ଣ୍ଣଲତା ବେହେରା କାର୍ଯ୍ୟ କରିଥିବାବେଳେ ଗନୀ ଦାସ ଓ ଘନଶ୍ୟାମ ଦାଶ ପୂଜକ ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ। ଗ୍ରାମର ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ମାନେ ଦିନ ରାତି ଉପସ୍ଥିତ ରହି ଅଷ୍ଟମ ପ୍ରହର ନାମଯଜ୍ଞ କୁ ଉପଭୋଗ କରିବା ସଙ୍ଗେସଙ୍ଗେ ପ୍ରଭୁକୃପା ଲାଭ କରିଥିଲେ ।ଅଷ୍ଟମ ପ୍ରହର ନାମଯଜ୍ଞ ପାଇଁ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ଏହି କାଯ୍ୟକ୍ରମ ରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।ଆଖପାଖ ଅଞ୍ଚଳ ରୁ ଆସିଥ‌ିବା ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା।