Uncategorizedରାଜ୍ୟ

ଅସ୍ତରଙ୍ଗ ମତ୍ସ୍ୟ ବନ୍ଦରରେ ନାବିକତା ସଙ୍କଟ, ଦେବୀ ନଦୀ ମୁହାଣରେ ତୁରନ୍ତ ଡ୍ରେଜିଂ ଦାବି

Spread It

ଅସ୍ତରଙ୍ଗ,(ଏ.ପି ନ୍ୟିୁଜ,ଦୁଶାସନ ନାୟକ,) ପୁରୀ ଜିଲ୍ଲାର ଅସ୍ତରଙ୍ଗ ସରକାରୀ ଘୋଷିତ ମତ୍ସ୍ୟ ବନ୍ଦରରେ ନାବିକତା ଭୟାବହ ସଙ୍କଟରେ ପଡ଼ିଛି। ଦେବୀ ନଦୀ ମୁହାଣରେ ଭୟଙ୍କର ବାଲି ମାଟି ସଞ୍ଚୟ ଓ ଅସ୍ଥିର ବାଳୁକାପର୍ବତ ଗଠନ ହେତୁ ମେକାନାଇଜ୍ଡ ମାଛଧରା ଟ୍ରଲର ଓ ଡଙ୍ଗାଗୁଡ଼ିକର ସୁରକ୍ଷିତ ଯାତାୟାତ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି। ଗତକାଲି ସନ୍ଧ୍ୟା ରେ ମା କାଳୀ ନାମକ ଟ୍ରଲର ଦେବୀ ନଦୀ ମୁହାଣ ରେ ପାଣି କମ ଥିବାରୁ ଟ୍ରଲର ମାଟିରେ ଲାଗି, ଦୁର୍ଘଟଣା ହୋଇ ବୁଡ଼ିଯାଇଛି| ଏହା ଖବର ପାଇ ମସ୍ଥ୍ୟ ବିଭାଗ ଓ ସାମୁଦ୍ରିକ ଥାନା ଅସ୍ତରଙ୍ଗ ମିଳିତ ଭାବେ ଟ୍ରଲର ର ସମସ୍ତ ମତ୍ସ୍ୟଜୀବୀ ଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି| ଏନେଇ ତୁରନ୍ତ ଦେବୀ ନଦୀ ମୁହାଣ କୁ ଖନନ ଓ ରକ୍ଷଣାବେକ୍ଷଣ ଡ୍ରେଜିଂ ପାଇଁ ମତ୍ସ୍ୟ ନିର୍ଦ୍ଦେଶକଙ୍କ ନିକଟରେ ଦୃଢ଼ ଦାବି ଉଠିଛି। ଅସ୍ତରଙ୍ଗ ରୁ ଅଧ୍ୟାପକ ଡ଼. ଲକ୍ଷ୍ମୀଧର ବିଶ୍ୱାଳ ମତ୍ସ୍ୟଜୀବୀ ଓ ଟ୍ରଲର ମାଲିକଙ୍କ ପକ୍ଷରୁ ଦେବୀ ନଦୀ ମୁହାଣରେ ତୁରନ୍ତ ହାଇଡ୍ରୋଗ୍ରାଫିକ୍ ସର୍ଭେ, ୪-୫ ମିଟର ଗଭୀରତା ସହିତ ସୁରକ୍ଷିତ ନାବିକ ଚ୍ୟାନେଲ ପୁନରୁଦ୍ଧାର ଏବଂ ନିୟମିତ ଡ୍ରେଜିଂ ପ୍ରଣାଳୀ ଆରମ୍ଭ ପାଇଁ ଦାବି ଜଣାଇଛନ୍ତି। ବର୍ତ୍ତମାନ କେବଳ ଉତ୍ତର ପଟର ଏକ ସଂକୀର୍ଣ୍ଣ ଓ ଅସୁରକ୍ଷିତ ରାସ୍ତା ମାତ୍ର ଉଚ୍ଚ ଜ୍ୱାର ସମୟରେ ଅଳ୍ପ ସମୟ ପାଇଁ ଚଳାଚଳ ଯୋଗ୍ୟ ରହିଛି, ଯାହା ଦୁର୍ଘଟଣାର ଆଶଙ୍କାକୁ ବଢ଼ାଇଛି।

ଏହି ପରିସ୍ଥିତି ହେତୁ ଟ୍ରଲର ଗ୍ରାଉଣ୍ଡିଂ, ଡଙ୍ଗା ଓଲଟିବା, ଇଞ୍ଜିନ୍ ବନ୍ଦ ହେବା, ମାଛଧରା ସାମଗ୍ରୀ କ୍ଷତିଗ୍ରସ୍ତ ହେବା ସହ ଜୀବନହାନି ପର୍ଯ୍ୟନ୍ତ ଘଟୁଛି। ତଦୁପରି, ସଂକୀର୍ଣ୍ଣ ନାବିକ ପଥରେ ଅନଧିକୃତ ଦେଶୀ ଡଙ୍ଗା ଓ ମାଛ ଜାଲ ବିଛାଯାଉଥିବାରୁ ଟ୍ରଲରର ପ୍ରୋପେଲରରେ ଜାଲ ଅଟକି ଭୟାବହ ଦୁର୍ଘଟଣା ସୃଷ୍ଟି ହେଉଛି।

ଏଠାରେ ଉଲ୍ଲେଖ ଯେ ମାନ୍ୟବର ସର୍ବୋଚ୍ଚ ଅଦାଲତ ରାୟ ମୁତାବକ ସରକାରୀ ଘୋଷିତ ମତ୍ସ୍ୟ ବନ୍ଦରର ନାବିକତା ରକ୍ଷା କରିବା ସରକାରଙ୍କ ଆଇନଗତ ଓ ସଂବିଧାନିକ ଦାୟିତ୍ୱ। ଦୀର୍ଘଦିନ ଧରି ଡ୍ରେଜିଂ ନ ହେବା ମତ୍ସ୍ୟଜୀବୀଙ୍କ ଜୀବିକା ଓ ଜୀବନ ଉପରେ ସିଧାସଳଖ ଆଘାତ ଆଣୁଛି। ଶୀଘ୍ର ସ୍ଥାୟୀ ଇଞ୍ଜିନିୟରିଂ ସମାଧାନ ଓ ନିୟମିତ ଡ୍ରେଜିଂ ନ ହେଲେ ବଡ଼ ମାରିଟାଇମ୍ ଦୁର୍ଘଟଣା ଘଟିବା ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *