Uncategorized

ପୂର୍ବ ବିବାଦକୁ କେନ୍ଦ୍ର କରି ବଡ଼ଶିରିବିଳା ଗ୍ରାମରେ ୪ ମହିଳା ସମେତ ୭ ଜଣଙ୍କୁ ସଂଘବଦ୍ଧ ଆକ୍ରମଣ

Spread It

 

ନିମାପଡ଼ା, ୧୨/୫ (ଏପିନ୍ୟୁଜ): ନିମାପଡ଼ା ଥାନା ବଡ଼ଶିରିବିଳା ପଂଚାୟତରେ ଜମିଜମା ବିବାଦକୁ କେନ୍ଦ୍ର କରି ୪ଜଣ ମହିଳା ସମେତ ୭ ଜଣ ଗୁରୁତର ଆହତ ହୋଇ ନିମାପଡ଼ା ଗୋଷ୍ଠୀ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଥିବା ବେଳେ ଏ ସଂପର୍କରେ ଜଣେ ମହିଳା ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବଡ଼ଶିରିବଳା ଗ୍ରାମର ବିଜୟ କୁମାର ଛାଟୋଇଙ୍କ ସହିତ ତାଙ୍କର ପଡୋଶୀଙ୍କର ଜମିଜମା ବିବାଦକୁ କେନ୍ଦ୍ର କରି ବିବାଦ ଲାଗି ରହିଥିଲା । ଆଜି ଅପରାହ୍ନ ସମୟରେ ବିଜୟ ଛାଟୋଇଙ୍କ ଜାଗାରେ ତାଙ୍କର ବିବାଦୀୟ ବ୍ୟକ୍ତିମାନେ ନିଅଁ ଖୋଳି ପଥର ପାଚେରୀ କରୁଥିବା ସମୟରେ ବିଜୟ ପ୍ରତିବାଦ କରିବାରୁ ତାଙ୍କୁ ଶାବଳରେ ଆକ୍ରମଣ କରିବାରୁ ବିଜୟ ବିକଳରେ ଦୌଡ଼ି ଥିଲେ । ତାଙ୍କର ପତ୍ନୀ ସତ୍ୟଭାମା ଓ ତାଙ୍କର ଯାଆ ଶକୁନ୍ତଳା ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ଟଣା ଓଟରା କରି ତଳେ ପକାଇ ମାଡ ମାରିଥିଲେ । ଏହିପରି ଭାବେ ବିଜୟଙ୍କର ପରିବାରର ୭ ଜଣଙ୍କୁ ଅମାନୁଷିକ ଭାବେ ସଂଘବଦ୍ଧ ଭାବେ ମାରଣାସ୍ତ୍ର ଧରି ଆକ୍ରମଣ କରିଥିବା ବେଳେ ଗ୍ରାମର କେତେକ ବ୍ୟକ୍ତି ଗୁରୁତରଙ୍କୁ ଉଦ୍ଧାର କରି ନିମାପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ପରେ ଏ ସଂପର୍କରେ ବିଜୟ ଛାଟୋଇଙ୍କ ପତ୍ନୀ ସତ୍ୟଭାମା ଛାଟୋଇ ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *