ରାଜ୍ୟ

ବାଲି ଚୋରା ଚାଲାଣକୁ ବିରୋଧ, ଦଳିତ ମହାସଂଘର ପ୍ରତିବାଦ ଶୋଭାଯାତ୍ରା

Spread It

ପିପିଲି,୨୩/୫:(ଏପିନ୍ୟୁଜ)ପିପିଲି ଅଂଚଳରେ ଚୋରା ବାଲିଚାଲାଣ ବୃଦ୍ଧି ପାଉଛି । ଫଳରେ ନଦୀ ବନ୍ଧ ଦୁର୍ବଳ ହେବା ସହ ଲୋକଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ବୋଲି ଜାତୀୟ ଦଳିତ, ଆଦିବାସୀ, ମାଇନୋରିଟି ମହାସଂଘ ଗୁରୁତର ଅଭିଯୋଗ କରିଛି । ଏହି ମର୍ମରେ ମହାସଂଘ ପକ୍ଷରୁ ଏକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ସେଠୀ, ରାଜ୍ୟ ସଂପାଦିକା ସୋନୀଲତା ସେଠୀ ପ୍ରମୁଖଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଶୋଭାଯାତ୍ରାରେ ଆନ୍ଦୋଳନକାରୀମାନେ ସ୍ଥାନୀୟ ଗ୍ରାମ୍ୟବ୍ୟାଙ୍କ ଛକ ଠାରୁ ବାହାରି ତହସିଲ ପର୍ଯ୍ୟନ୍ତ ଯାଇଥିଲେ ।  ଆନ୍ଦୋଳନକାରୀ ମହାସଂଘ ଦାବୀ କରିଛି ଯେ, ବେଆଇନ ଭାବେ ରାତି ସାରା ବାଲି ଚୋରୀ କରୁଥିବା ବାଲି ମାଫିଆମାନଙ୍କୁ ତୁତନ୍ତ ଗିରଫ କରାଯିବା ସହ ବାଲି ବୋହୁଥିବା ହାଇଓାଗୁଡିକୁ ଜବତ କରାଯାଉ, ଥାନା ଓ ଡାକ୍ତରଖାନା ଭଳି ତହସିଲ, ବ୍ଲକ, ଜଳସଂପଦ ଓ ପୂର୍ତ କାର୍ଯ୍ୟାଳୟ ୨୪ଘଂଟିଆ ଖୋଲାଯାଉ ଏବଂ ପିପିଲି ତରାକାଜ ଫ୍ଲାଏଓଭର ବ୍ରିଜ ପାଖରେ ଜବରଦଖଲ ହୋଇଥିବା ଗୋଚରଜମିକୁ ଉଦ୍ଧାର କରାଯାଉ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦତ ଏହି ଦାବୀପତ୍ରକୁ ତହସିଲଦାର ଗ୍ରହଣ କରିଥିଲେ ।  ଏହି ଦାବୀପତ୍ର ମାଧ୍ୟମରେ ମହାସଂଘ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କହିଛି ଯେ, ଦୟା ଓ ଭାର୍ଗବୀ ନଦୀରେ ବାଲିଘାଟ ରାତିସାରା ଚାଲୁଛି ।  ହଜାର ହଜାର ବାଲିବୋଝେଇ ଟ୍ରାକ୍ଟର, ୧୦ ରୁ ୧୬ଚକିଆ ପର୍ଯ୍ୟନ୍ତ ଟିପ୍ପରର ନଦୀବନ୍ଧ ଓ କେନାକବନ୍ଧରେ ଯାତାୟତ ଫଳରେ ବନ୍ଧର ଉଚ୍ଚତା ହ୍ରାସ ପାଇବା ସହ ବନ୍ଧ ଦୁର୍ବଳ ହେଉଛି ।  ଏହାକୁ ଜଳସଂପଦ ବିଭାଗ, ଜିଲ୍ଲା ପ୍ରଶାସନ ଜାଣି ସୁଦ୍ଧା ଅଣଦେଖା କରୁଥିବାରୁ ଲୋକଙ୍କ ଜୀବନ ବିପଦକୁ ଚାଲିଯାଉଛି । ବିଗତ ଦିନର ପିପିଲିର ବନ୍ୟା ପରିସ୍ଥିତିକୁ ମହାଂସଘ ମନେ ପକାଇ ଦେଇ  ବନ୍ୟାପାଣିକୁ ରୋକିବା ଦିଗରେ ନଦୀ ଓ କେନାଲ ବନ୍ଧକୁ ମଜବୁତ କରାଯିବାରେ ଜଳସଂପଦ ବିଭାଗ ଆନ୍ତରିକତା ଦେଖାଉନାହିଁ ବୋଲି ଅଭିଯୋଗ କରିଛି । ବାଲି ମାଫିଆମାନେ ନଦୀଗର୍ଭକୁ ଗଭୀର ଆକାରରେ ଖୋଳି ବାଲି ଉଠାଇ ନଦୀ ବନ୍ଧକୁ ଦୁର୍ବଳ କରୁଛନ୍ତି । ସରକାର ଚୋରା ବାଲି ଚାଲାଣ ରୋକିବାରେ କଠୋର ନହେଲେ ମହାସଂଘ ଆଗାମୀ ଦିନରେ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହେବ ବୋଲି ମହାସଂଘର ରାଜ୍ୟ ସଭାପତି ଶ୍ରୀ ସେଠୀ ଚେତାବନୀ ଦେଇଛନ୍ତି । ଏହି ଶୋଭାଯାତ୍ରାରେ କମ୍ୟୁନିଷ୍ଟ ନେତା ଅଶୋକ ପ୍ରଧାନ, ଦଳିତ ନେତା କାହ୍ନୁଚରଣ ବେହେରା,  ଗଂଗାଧର ସେଠୀ, ମହାସଂଘର ଖୋର୍ଦ୍ଧା ଜିଲ୍ଲା ସଭାନେତ୍ରୀ ବନୀତା ବେହେରା, ସଂପାଦିକା ଦ୍ରୈାପଦୀ ବେହରୋ, ସତ୍ୟବାଦୀ ବ୍ଲକ ନାରୀ ନେତ୍ରୀ ମମତା ବେହେରାଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲା ଓ ବ୍ଲକର କାର୍ଯ୍ୟକର୍ତାମାନେ ସାମିଲ ହେବା ସହ ନେତୃତ୍ୱ ନେଇଥିଲେ ।

Leave a Reply

Your email address will not be published. Required fields are marked *