ବଳଙ୍ଗା ବଜାର ଲୁଗା ଦୋକାନରୁ ପ୍ରାୟ ୩ଲକ୍ଷ ଟଙ୍କାର ଜିନିଷ ଚୋରୀ
ବଳଙ୍ଗା,୧୯/୦୫ (ରଞ୍ଜନ ଦାସ) ବଳଙ୍ଗାର ବଜାରର ଓମ୍ ଫ୍ୟାସନ ନାମକ ଲୁଗା ଦୋକାନରେ ହୋଇଛି ଚୋରୀ । ଦୋକାନୀ ଓମ୍ ପ୍ରସାଦ ସାହୁ ଦେଇ ଥିବା ତଥ୍ୟ ଅନୁଯାୟୀ ପ୍ରାୟ ୩ ଲକ୍ଷଟଙ୍କାର ଲୁଗା, ସାର୍ଟ, ପ୍ୟାଣ୍ଟ ଏବଂ ତାଙ୍କ ଡ୍ର ରୁ ୩୦୦୦ ଟଙ୍କା ଚୋରୀ ହୋଇଛି । ଗତ ୧୮ ତାରିଖ ରାତ୍ର ୧୦ଘ.୩୦ମି. ସମୟରେ ସେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ମାତ୍ର ୧୯ତାରିଖ ସକାଳ ୮ଘ. ସମୟରେ ଦେଖିବାକୁ ପାଇଥିଲେ ଯେ ତାଙ୍କ ଘରର ଆଜବେଷ୍ଟ ଓ ସିଲିଙ୍ଗ ଭଙ୍ଗାଯାଇ ଚୋର ମାନେ ଦୋକାନ ଲୁଟି ନେଇଛନ୍ତି । ବହୁ ଖୋଜାଖୋଜି କରିବା ସତ୍ତ୍ବେ ସେ ଚୋରୀ ହୋଇଥିବା ଜିନିଷ ଓ ଚୋର ମାନଙ୍କର ସନ୍ଧାନ ନପାଇବାରୁ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଏବଂ ଚୋରମାନଙ୍କୁ ଧରାଯାଇ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଅନୁରୋଧ କରିଛନ୍ତି।