ରାଜ୍ୟ

ମାଫିଆ ଆତଙ୍କ ରାଜସୃଷ୍ଟି କରି ଚୋରା ବାଲି ପରି ବହନ ଖଣି ବିଭାଗ ନୀରବ ଦ୍ରଷ୍ଟା

Spread It

ନିମାପଡ଼ା,(ଏ.ପି ନ୍ୟୁଜ) ବାଲି ମାଫିଆମାନେ ବଳଙ୍ଗା ଏବଂ ପିପିଲି ଥାନା ଇଲାକାରେ ଥିବା ନଦୀକୂଳ ବାସୀଙ୍କୁ ଡ଼ରାଇ ଧମକାଇ ଆତଙ୍କ ସୃଷ୍ଟି କରି ଅବାଧରେ ବାଲି ପରିବହନ କରୁଛନ୍ତି । ଖଣି ବିଭାଗ ଧଡପଗଡ଼ ନକରି ନୀରବ ଦ୍ରଷ୍ଟା ସାଜିବା ଘଟଣାକୁ ଭାର୍ଗବୀ ନଦୀକୂଳ ବାସୀ ତୀବ୍ର ସମାଲୋଚନା କରିଛନ୍ତି । ଚୋରାରେ ଭାର୍ଗବୀ ନଦୀର ହରିପୁର, ଗଡ଼ପଦନପୁର , ଦକ୍ଷିଣ ରାଡସ, ସମରେଇ ଶାସନ ଉଗ୍ରସେର ଏବଂ ଧଉଳି ଗ୍ରାମ ନିକଟରେ ଥିବା ଭାର୍ଗବୀ ନଦୀରୁ ବେଆଇନଭାବେ ଜେସିବି ମାଧ୍ୟମରେ ବାଲି ହାଇୱାରେ ବାଲି ପରିବହନ କରୁଛନ୍ତି । ମାଫିଆମାନେ ନଦୀରୁ ଲଘୁ ଖଣିଜ ପଦାର୍ଥ ପାଇଁ ଉଲେଖିତ ଥିବା ରାଜସ୍ୱ ନଦେଇ ବାଲି ଚେରାରେ ଉଠାଇ ପରିବହନ କରୁଛନ୍ତି । ସରକାର ଲକ୍ଷଲକ୍ଷ ଟଙ୍କାର ପ୍ରତି ମାସରେ ରାଜସ୍ୱ ହରାଉଛନ୍ତି ହେଲେ ବାଲି ପରିବହନ କରୁଥିବାବେଳେ ଲୋକମାନେ ବାଲି ବିକ୍ରିକରି ମାଲାମାଲ ହେଉଛନ୍ତି । ଗ୍ରାମବାସୀମାନେ ପ୍ରତିବାଦ କଲେ ମାଫିଆମାନଙ୍କ ପୋଷା ଗୁଣ୍ଡାମାନେ ଖଣ୍ଡା ବୁଲାଇ ଆତଙ୍କ ସୃଷ୍ଟି କରୁଛନ୍ତି । ବାଲି ପରିବହନ ହେଉଥିବା ହାଇୱାଗୁଡ଼ିକ ଯୋଗୁଁ  ହରିପୁର ବଜାରରେ ଅନେକ ସମୟରେ ଟ୍ରାଫିକ ସମାସ୍ୟା ଦେଖାଦେଇ ରୋଗୀନେଇ ଯାଉଥିବା ଆମ୍ବୁଲାନ୍ସ ଏବଂ ନିଆଁ ଲିଭାବାକୁ ଯାଇଥିବା ଦମକଳ ଗାଡ଼ି ଟ୍ରାଫିକ ରେ ଫସି ରହୁଛନ୍ତି । ବଳଙ୍ଗା ପୁଲିସ ସବୁ ଦେଖି ଚୁପ ହୋଇ ବସିପଡ଼ୁଥିବା ସ୍ଥାନୀୟ ଅଚଂଳ ବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *