ରାଜ୍ୟ

ଷଣ୍ଢପୁର ବଂଶୀଧର ନାୟକ ୫ମାସର ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ । ଅଭିଯୋଗ ସତ୍ୟ ମିଳୁନି ଭତ୍ତା

Spread It

ଷଣ୍ଢପୁର ବଂଶୀଧର ନାୟକ ୫ମାସର ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ । ଅଭିଯୋଗ ସତ୍ୟ ମିଳୁନି ଭତ୍ତା

ନିମାପଡା: ବସନ୍ତ ମଲ୍ଲ ୦୯/୦୬ (ଏପିନ୍ୟୁଜ) କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଞ୍ଚାୟତରେ ନିରୀହ ଲୋକ ମାନଙ୍କୁ ଚଳିବା ସହିତ ବୃଦ୍ଧ ବୃଦ୍ଧା ମାନଙ୍କ ର ଖର୍ଚ୍ଚ କରିବା ପାଇଁ ଭତ୍ତା ଟଙ୍କା ଦିଆଯାଉଥିବା ବେଳେ ଏହି ଭତ୍ତା ଟଙ୍କାରୁ ପ୍ରାୟ ୫ ମାସ ହେବ ବଞ୍ଚିତ ଅଛନ୍ତି ପୁରୀ ଜିଲ୍ଲା ନିମାପଡା ବ୍ଲକ କଳାପାଞ୍ଚଣ ପଞ୍ଚାୟତ ଷଣ୍ଢପୁର ଗ୍ରାମର ବଇଁଶୀଧର ନାୟକ । ଯାହା ଫଳରେ ନିଜର ଔଷଧ ଖର୍ଚ୍ଚ ସହ ନିଜର ଅନ୍ୟ ଖର୍ଚ୍ଚ କରିବାରେ ନାହିଁ ନ ଥିବା ରେ ଅସୁବିଧାରେ ସମୁଖୀନ ହେଉଛନ୍ତି ବୋଲି ଭତ୍ତା ଧାରୀ ବଇଁଶୀଧର ନାୟକ ଅଭିଯୋଗ କରିଛନ୍ତି । ଉକ୍ତ ପଞ୍ଚାୟତ ଦାଇତ୍ୱ ରେ ଥିବା ଅଧିକାରୀ ତାଙ୍କର ଖାମ ଖିଆଲ ନିତି ବା ଜାଣି ଶୁଣି ହଇରାଣ ଉଦ୍ୟେଶ ରେ ସ୍ଥାନୀୟ ସରପଞ୍ଚ ଙ୍କ ଚାପରେ ଏପରି କାର୍ଯ୍ୟ କରୁଛନ୍ତି ।ଯାହା ଫଳରେ ଉକ୍ତ ପଞ୍ଚାୟତରେ ଏହିପରି ଅନେକ ବୃଦ୍ଧା, ବୃଦ୍ଧ ଭତ୍ତା ଟଙ୍କା ପାଇବାରୁ  ବଞ୍ଚିତ ହେଉଛନ୍ତି ବୋଲି ସମାଜସେବୀ ତଥା ଉକ୍ତ ପଞ୍ଚାୟତର ବିଜେପି  ଯୁବ ସଭାପତି ମନୋଜ କୁମାର ନାୟକ କହିଛନ୍ତି ।ବୃଦ୍ଧା ଶ୍ରୀ ନାୟକ ଭତ୍ତା ଟଙ୍କା ପାଇଁ ପଞ୍ଚାୟତ ଅଫିସ ଠାରୁ ବ୍ଲକ ପର୍ଯ୍ୟନ୍ତ ବାର ବାର ଦୌଡ଼ି ଅଭିଯୋଗ କରି ସୁଦ୍ଧା ଭତ୍ତା ଟଙ୍କା ଦେଉନାହାନ୍ତି । ଯାହା ଫଳରେ ନାହିଁ ନଥିବା ରେ ଅସୁବିଧାରେ ସମୁଖୀନ ହେଉଛନ୍ତି । ଆସନ୍ତା ମାସ ରେ ସମସ୍ତ ମାସ ର ଭତ୍ତା ଟଙ୍କା ନ ଦିଅନ୍ତି ତାହାଲେ ବ୍ଲକ ସମୁଖରେ ଧାରଣା ଦେବୀ ବୋଲି ଭତ୍ତା ଧାରୀ ଶ୍ରୀ ନାୟକ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *