ମା’ ବରାହୀ ଠାକୁରାଣୀ
ପୁରୀ ଜିଲ୍ଲା ନିମାପଡା ବ୍ଲକ୍ ଅନ୍ତର୍ଗତ ତୁଳସୀପୁର ଗ୍ରାମପଞ୍ଚାୟତ ଚଉରାଶିଗ୍ରାମ, ପୂଣ୍ୟତୋୟା ପ୍ରାଚୀ କୂଳେ କେଉଁ ଆବାହନ କାଳୁ ଅବସ୍ଥିତ ବରାହୀ ଦେଉଳ! ଏଠାରେ ମା’ଙ୍କ ସ୍ୱରୂପ ଅତ୍ୟନ୍ତ ଦିବ୍ୟ, ମା’ଙ୍କର ଦକ୍ଷିଣ ହସ୍ତରେ ପନିକି ଏବଂ ବାମ ହସ୍ତରେ ଏକ ମାଛ ଶୋଭା ପାଉଅଛି, ମା ଏଠାରେ ଲଲିତ ଆସନରେ ବସିଥିବାର ଓ ଏକ ମଇଁଷି ବାହନ ସାଜି ମା’ଙ୍କ ପାଦତଳେ ଶୋଇଥିବାର ଦୃଶ୍ୟମାନ। ମା ବାରାହ ରୁପୀ ହୋଇଥିବାରୁ ମା ଙ୍କୁ ବରାହୀ ଠାକୁରାଣୀ ବୋଲି ସମ୍ବୋଧିତ କରାଯାଏ, ଏହା ଏକ ପ୍ରାଚୀନ ତନ୍ତ୍ର ପୀଠ, ସୋମବଂଶୀୟ ରାଜାଙ୍କ ଦ୍ୱାରା ୧୦ମ ଶତାବ୍ଦୀ ର ପ୍ରଥମ ଭାଗରେ ଏହାର ପ୍ରତିଷ୍ଠା ର ଅନେକ ପ୍ରମାଣ ରହିଛି, ଲୋକ କଥା ଅନୁସାରେ କୋଣାର୍କ ସୂର୍ଯ୍ୟମନ୍ଦିର କାରୁକାର୍ଯ୍ୟ ଶୈଳୀ ରେ ଏହି ମନ୍ଦିର ଗଢା, ସୂର୍ଯ୍ୟ ମନ୍ଦିର ତିଆରିରେ କାର୍ଯ୍ୟରତ କାରିଗର ଏହି ସ୍ଥାନ ରେ ରହି କୋଣାର୍କଠାରେ ମନ୍ଦିର ନିର୍ମାଣ କରୁଥିଲେ, ରାତ୍ର ସମୟ ରେ ପୁଣି ଏଠାକୁ ଫେରୁଥିଲେ ପ୍ରତ୍ୟହ ଏକ ପଥର ସହ, ସେହି ପଥର ରେ ନିର୍ମାଣ କରିଥିଲେ ମା’ଙ୍କର ଏହିି ଦିବ୍ୟ ଓ ଭବ୍ୟ ମନ୍ଦିର। ବର୍ଷ ତମାମ ଲୋକଙ୍କ ଆଗମନ ହୁଏ ମା’ ଙ୍କର ଏ ଶକ୍ତିପୀଠକୁ, କାହିଁକେତେ ବାଟରୁ ଛୁଟି ଆସନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ, ଶାରଦୀୟ ପୂଜା ସମୟରେ ମାଆଙ୍କର ବିଶେଷ ନୀତି, କ୍ରାନ୍ତି ସମ୍ପାଦିତ ହୁଏ, ଉଛବ ମୁଖରିତ ହୁଏ ମା’ ଙ୍କର ଏ ପୀଠ ଓ ତାର ବୈଦିକ ମନ୍ତ୍ର, ତନ୍ତ୍ରରେ ପ୍ରକମ୍ପିତ ହୁଏ ମା’ ଙ୍କର ମନ୍ଦିର ପ୍ରାଙ୍ଗଣ।
© ଆଦିତ୍ୟ ଶଙ୍କର କର