ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କୁ ନିମାପଡ଼ା ମଣ୍ଡଳର ଅତିରିକ୍ତ ଦାୟିତ୍ବ
ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରୀଙ୍କୁ ନିମାପଡ଼ା ମଣ୍ଡଳର ଅତିରିକ୍ତ ଦାୟିତ୍ବ
ନିମାପଡ଼ା; ୨୮/୫(ଏପିନ୍ୟୁଜ) ନିମାପଡ଼ା ଶିକ୍ଷା ମଣ୍ଡଳରେ ଶିକ୍ଷା ଅଧିକାରୀ ନଥିବା ବାରମ୍ବାର ଗଣ ମାଧ୍ୟମରେ ପ୍ରକାଶ ପାଇବାପରେ ଶିକ୍ଷା ବିଭାଗ ସଚେତନ ହୋଇ ସତ୍ୟବାଦୀର ଶିକ୍ଷା ମଣ୍ଡଳ ଅଧିକାରୀ କୈଳାସ ଚନ୍ଦ୍ର ପାଢୀଙ୍କୁ ନିମାପଡ଼ା ମଣ୍ଡଳର ଶିକ୍ଷା ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଚଳିତ ମାସ ଶେଷ ହେବାକୁ ଯାଉଥିଳାବେଳେ ନିମାପଡ଼ା ଶିକ୍ଷା ମଣ୍ଡଳ ଅଧିନରେ କାର୍ଯ୍ୟ କରୁଥିବା ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ ମାସିକ ଦରମା ପାଇବାରୁ ବଞ୍ଚିତ ହେବାକୁ ଯାଉଥିଲେ। ଦରମା ପାଇବା ପାଇଁ ଶିକ୍ଷକମାନଙ୍କ ବଡ଼ ସମାସ୍ୟାକୁ ଦେଖି ଶିକ୍ଷା ବିଭାଗ ନିମାପଡ଼ାରେ ବିଇଓଙ୍କ ଆବଶ୍ୟକତା ରହିଥିବା ଅନୁଭବ କରି ସତ୍ୟବାଦୀ ଶିକ୍ଷା ମଣ୍ଡଳ ଅଧିକାରୀଭାବେ କାର୍ଯ୍ୟକରୁଥିବା କୈଳାସ ଚନ୍ଦ୍ର ପାଢୀଙ୍କୁ ନିମାପଡ଼ା ବିଇଓ କାର୍ଯ୍ୟ କରିବାକୁ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ନୂତନ ବିଇଓ ଶ୍ରୀ ପାଢୀ ଆଜି ପୂର୍ବାହ୍ନ ୧୧ଟାରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ବିଇଓଙ୍କ ଅଫିସ କର୍ମଚାରୀ ଓ ଶିକ୍ଷକମାନେ କାର୍ଯ୍ୟଭାର ଗ୍ରହଣ କରିବାପରେ ଫୁଳତୋଡାଦେଇ ସ୍ବାଗତ କରିଥିଲେ। ପୂର୍ଣ୍ଣକାଳୀନ ବିଇଓ ନିଯୁକ୍ତି ନହେବା ପର୍ଯ୍ୟନ୍ତ ଶ୍ରୀ ପାଢୀ ନିମାପଡ଼ାରେ କାର୍ଯ୍ୟକରିବେ।