ହୃଦଘାତ ରେ ବ୍ୟବସାୟୀ ଙ୍କ ପରଲୋକ
।
ଚାରିଛକ,( ସନ୍ତୋଷ ଦାଶ) ନିକଟସ୍ଥ ତୁଳସୀପୁର ଗଣେଷ ବଜାର ର ବ୍ୟବସାୟୀ ତଥା ତୁଳସୀପୁର ମହାଜନ ସାହି ର ଶରତ ଚନ୍ଦ୍ର ସାହୁ ( ୫୭) ଙ୍କ ର ଆଜି ହୃଦଘାତ ରେ ପରଲୋକ ଘଟିଛି। ଶ୍ରୀ ସାହୁ ସବୁଦିନ ପରି ଆଜି ତୁଳସୀପୁର ବଜାର ଠାରେ ଥିବା ନିଜ ଦୋକାନ କୁ ଯାଇ କିଣାବିକା କରିବା ପରେ ନିଜ ଆଖୁ କିଆରୀ କୁ ଯାଇଥିଲେ। ସେଠାରେ କିଛି କାର୍ଯ୍ୟ କରୁଥିବା ବେଳେ ହଟାତ ଅଚେତ ହୋଇ ପଡ଼ିଥିଲେ।ତାଙ୍କୁ ଗ୍ରାମବାସୀ ମାନେ ଚିକିତ୍ସା ପାଇଁ ନିକଟସ୍ଥ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ନେଇ ଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ
ତୁଳସୀପୁର ଓ ଚାରିଛକ ଅଞ୍ଚଳ ରେ ଶୋକ ର ଛାୟା ଖେଳି ଯାଇଥିଲା। ବହୁ ବ୍ୟକ୍ତି ତାଙ୍କ ଗୃହ କୁ ଯାଇ ତାଙ୍କର ଶେଷ ଦର୍ଶନ କରିବା ପରେ ତାଙ୍କ ମର ଶରୀରକୁ ଏକ ଶୋଭାଯାତ୍ରା ରେ ତାଙ୍କ ନିଜ ଗ୍ରାମ
ଓ ତୁଳସୀପୁର ଗଣେଷ ବଜାର ପରିକ୍ରମା କରାଯିବା ପରେ ଗାଁ ଶ୍ମଶାନ ତୁଳସୀ ବାଟିକା ଠାରେ ତାଙ୍କର ଶେଷ କୃତ୍ୟ ସଂପନ୍ନ କରାଯାଇଥିଲା। ତାଙ୍କର ଏକ ମାତ୍ର ପୁତ୍ର ସୌମ୍ୟରଞ୍ଜନ ମୁଖାଗ୍ନୀ ଦେଇଥିଲେ। ତାଙ୍କ ସମ୍ମାନାର୍ଥେ
ଗୁରୁବାର ଦିନ ତୁଳସୀପୁର ଗଣେଶ ବଜାର କୁ ବନ୍ଦ ରଖାଯିବ ବୋଲି ବଜାର କମିଟି ସଭାପତି ସୁରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
