ରାଜ୍ୟ

ନିମାପଡ଼ା ଶାଖା କେନାଲର ର୍ସୈାନ୍ଦର୍ଯ୍ୟ କରଣ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦ୍ବାରା ଭିତ୍ତିପ୍ରସ୍ତର ସ୍ଥାପନ

Spread It

ନିମାପଡ଼ା,(ଏ.ପି ନ୍ୟିୁଜ) ନିମାପଡ଼ା ଶାଖା କେନାଲର ସ୍ଥାନୀୟ ବେଣୁ ଶାଗର ଭୋଇ ସାହି ଠାରୁ ସୁସଲିମ ବସ୍ତି  ଜଳ ପର୍ଯ୍ୟନ୍ତ ଅଢେଇ କିମି ପର୍ଯ୍ୟନ୍ତ ସୈାନ୍ଦର୍ଯ୍ୟ କରଣ କରାଯିବବୋଲି ସୁଚନା ମିଳିଛି। କଟକର ଯୋବ୍ରା ନିକଟରେ ତାଳଦଣ୍ଡା କେନାଲକୁ ଯେଉଁଭଳି ଭାବରେ ସୈାନ୍ଦର୍ଯ୍ୟ କରଣ କରାଯାଇଛି। ନିମାପଡ଼ାରେ ଅନୁରୂପଭାବେ ସୈାନ୍ଦର୍ଯ୍ୟ କରଣ କରାଯିବା ବୋଲି ଶୁଣିବାକୁ ମିଳିଛି। କେନାଲର ୧ କିମି ବ୍ୟାପି କେନାଲକୁ ତାରବାଡ଼ରେ ଆବଦ୍ଧ କରାଯିବ , ଉଜ୍ବଳ ଆଲୋକ ବସିବାପାର୍ଇ ଚଉକିର ବ୍ୟବସ୍ଥା କରାଯିବ। ସୈାନ୍ଦର‌୍ୟ୍ୟ କରଣ କାର‌୍ୟ୍ୟ ରାଜ୍ୟ ପର‌୍ୟ୍ୟଟନ ନିଗମ କରିବ। ଏହି କାର‌୍ୟ୍ୟପାଇଁ ପର‌୍ୟ୍ୟଟନ ବିଭାଗ ୭୭ଲକ୍ଷ ଟଙ୍କାର ଅନୁଦାନ ଦେଇଥିବା ସୁଚନା ମିଳିଛି। ଆଜି ଊପମଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଆଜି ପୂର୍ବାହ୍ନରେ ସୈାନ୍ଦର‌୍ୟ୍ୟ କରଣ କାର‌୍ୟ୍ୟର ଭତ୍ତିପ୍ରସ୍ତର ସ୍ଥାପନ ପାରିଷଦ ବର୍ଗଙ୍କ ଉପସ୍ଥିତିରେ କରିଛନ୍ତି। ଏ.ପି ନିୟୁଜର ଜଣେ ଭକ୍ତ ସୁଚନା ଦେଇଛନ୍ତି ସୈାନ୍ଦର‌୍ୟ୍ୟ କରଣ ପାଇଁ ଚିହ୍ନିତ ହୋଇଥିବା ଉଭୟ ପଟର କେନାଲ ବନ୍ଧ ରାସ୍ତାରେ ଭାରି ଯାନ ଚଳା ଚଳ ବନ୍ଦ କରାଯିବ। କାରଣ ବରିଷ୍ଠ ନାଗରିକମାନଙ୍କ ବସିବା ଚଳପ୍ରଚଳନ କରିବେ। ଉଭୟ କେନାଲ ବନ୍ଧ ଏକ ପ୍ରକାର ପାର୍କରେ ପରିଣିତ ହେବ। ଯଦି ଏହି ରାସ୍ତାରେ ଭାରିଯାନ ଓ ଛୋଟଛୋଟ ଯାନକୁ ବନ୍ଦ କରାଯାଏ ନିମାପଡ଼ା ବଜାର ରାସ୍ତା ଉପରେ ଚାପ ଅଧିକ ପଡ଼ିବ ଏବଂ ପ୍ରତ୍ୟେକ ମିନିଟରେ ଟ୍ରାଫିକ ସମାସ୍ୟା ଦେଖାଦେବ। ତେବେ ନିମାପଡ଼ା ଶାଖା କେନାଲର ସୈାରନ୍ଦର‌୍ୟ୍ୟ କରଣ ପାଇଁ ଉପମୁଖ୍ୟମନ୍ତ୍ରୀ ଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ସାଧାରଣରେ ଆଲୋଚନା ହେଉଛି

Leave a Reply

Your email address will not be published. Required fields are marked *