ଲକ୍ଷ୍ମୀ ବଜାର ଠାରେ ଭଜନ ସମାରୋହ ଅନୁଷ୍ଠିତ
ଚାରିଛକ, ଆଜି ପର୍ଯ୍ୟନ୍ତ( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ତୁଳସୀପୁର ଲକ୍ଷ୍ମୀ ବଜାର ଠାରେ କୁମାର ପୂର୍ଣ୍ଣିମା ଠାରୁ ମା ଗଜଲକ୍ଷ୍ମୀ ପୂଜା ପାଉଛନ୍ତି।ଆଜି ମା ଗଜଲକ୍ଷ୍ମୀ ପୂଜା ପାଉଥିବା ମଣ୍ଡପ ପାଖରେ ଶ୍ରୀ ଜଗନ୍ନାଥ ସୋସିଆଲ ୱେଲଫେଆର ଫ୍ରେଣ୍ଡସ ଫାଉଣ୍ଡେସନ ପକ୍ଷରୁ ଭଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଛବିଦ୍ର ଭୋଇ ଙ୍କ ସଂଯୋଜନା ରେ ଗାୟକ ଆକାଶ,ବିଶ୍ଵନାଥ, ଗଗନ, ସୁମନ୍ତ, ବିଶ୍ୱଜିତଓ ଗାୟିକା ଶୁଭଲକ୍ଷ୍ମୀ , ରଶ୍ମିତା ପ୍ରମୁଖ ବିଭିନ୍ନ ପ୍ରକାର ଭଜନ ପରିବେଷଣ କରିଥିଲେ।
