ରାଜ୍ୟ

ବାଇକ କୁ ପିଟିଲା ଅଜଣା ଯାନ ତିନିଯୁବକ ରାସ୍ତାରେ ପଡ଼ି ଛଟପଟ

Spread It

ନିମାପଡ଼ା (ଏପିନ୍ୟୁଜ) ନିମାପଡ଼ା ପିପିଲି ମୁଖ୍ୟରାସ୍ତାର ହରିପୁର ବ୍ରାହ୍ମଣ ଶାସନ ମୁଣ୍ଡ (ସାଇ ମଣ୍ଡପ) ସମ୍ମୁଖରେ ଆଜି ମଧ୍ୟାହ୍ନରେ ଓଡ଼ି-୦୨ ସିସି ୫୯୨୦ନମ୍ବର ବାଇକରେ ତିନିଜଣ ଯୁବକ ବସି ଯାଉଥିବା ସମୟରେ ଏକ ଅଜଣା ପିକଅପ ଭ୍ୟାନ ବାଇକକୁ ଧକ୍କା ଦେଇ ଘଟଣା ସ୍ଥଳରୁ ଚାଲିଯାଇଥିଲା। ପ୍ରଚଣ୍ଡ ଖରାତାତିରେ ପିଚୁ ରାସ୍ତାରେ ତିନିଜଣ ଯୁବକ ପଡ଼ି ଆହତ ହୋଇଛନ୍ତି। ରାସ୍ତାରେ ବାଇକରୁ ତିନିଜଣ ଯୁବକ ଛିଟିକିପଡ଼ି ଆହତ ହେବାସହ ବିକଳ ହୋଇ ଚିତ୍କାର କରୁଥିଲେ। ରାସ୍ତାରେ ଯାଉଥିବା ଏବଂ ନିକଟସ୍ଥ ବ୍ରାହ୍ମଣ ବ୍ରାହ୍ମଣଶାସନର କିଛି ଯୁବକ ଦୁର୍ଘଟଣାରେ ଛଟପଟ ହେଉଥିବା ଆହତ ଯୁବକମାନଙ୍କୁ ସେବାଶୁତ୍ସୁସା କରି ଆମ୍ବୁଲାନସ ଡ଼ାକି କ୍ୟାପିଟାଲ ହସପିଟାଲକୁ ଚିକିତ୍ସା ପାଇଁ ପଠାଇଥିବା ସୁଚନା ମିଳିଛି। ହରିପୁର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ପ୍ରଧାନ ସୁଚନା ଦେଇଛନ୍ତି ଆହତ ହୋଇଥିବା ଯୁବକମାନଙ୍କ ଘର ବାଲିପାଟଣା ବ୍ଲକ ଅନ୍ତର୍ଗତ ଆମ୍ଭଡ଼ିହ, ଏବଂ ଆଉ ଦୁଇଜଣଙ୍କ ପିପିଲି ନିକଟସ୍ଥ ପୋପରଙ୍ଗା ଏବଂ ଭାରତୀପୁରର ।

Leave a Reply

Your email address will not be published. Required fields are marked *