ନିମାପଡାରେ ହେବ ଟ୍ରାଫିକ ପୋଷ୍ଟ ଓ ପୋଲିସ୍ ବିଟ ହାଉସ ପ୍ରତିଷ୍ଠା ଏବଂ ଏ.ଆଇ. କ୍ୟାମେରା ବ୍ୟବହାର ପାଇଁ ପ୍ରତିଶୃତି
ନିମାପଡାରେ ହେବ ଟ୍ରାଫିକ ପୋଷ୍ଟ ଓ ପୋଲିସ୍ ବିଟ ହାଉସ ପ୍ରତିଷ୍ଠା ଏବଂ ଏ.ଆଇ. କ୍ୟାମେରା ବ୍ୟବହାର ପାଇଁ ପ୍ରତିଶୃତି
ନିମାପଡା(ଏପିନ୍ୟୁଜ) ନୂଆ ବାରବାଟୀଠାରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ନିମାପଡାର ଅପରାହ୍ନରେ ଶେସନ୍ରେ ଆଜି ଅପରାଧ ମୁକ୍ତ ନିମାପଡା ସମ୍ପକର୍ରେ ଆଲୋଚନା ହୋଇଥିଲା।ଏହି କାର୍ଯ୍ୟକ୍ରମରେ ସେଣ୍ଟ୍ରାଲ ଜୋନର ଆଇ.ଜି ଡଃ ପ୍ରବିଣ କୁମାର ପୁରୀ ଏସ୍.ପି ବିନିତ କୁମାର ଅଗ୍ରୱାଲା, ଅତିରିକ୍ତ ଏସ୍.ପି ସୁଶିଲ କୁମାର ମିଶ୍ର ଏବଂ ଏସ୍.ଡି.ପି.ଓ ଜନ୍ନାର୍ଦ୍ଦନ ପାଢୀ ଯୋଗ ଦେଇଥିଲେ। ଜନ ସାଧାରଣ ପକ୍ଷରୁ ଅର୍ଗସ ଟିଭିର ଏଡିଟର ଦୁର୍ଗାଶିଷ୍ ଆଚାର୍ଯ୍ୟ ଜନ ସାଧାରଣଙ୍କ ପକ୍ଷରୁ ନିମାପଡାର ଅପରାଧ ଓ ଦୂରୀକରଣ ସମ୍ପର୍କରେ ପ୍ରଶ୍ନ କରିଥିଲେ। ନିମାପଡାରେ ପୋଲିସ୍ ବିଟ୍ ହାଉସ୍ ଏବଂ ଦୋଳବେଦୀ ଛକର ମୁଖ୍ୟ ଛକରେ ଟ୍ରାଫିକ ପୁଲିସ୍ ର ମୁତ୍ତୟନ ହେବେ ବୋଲି ପୁଲିସ୍ ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି। ନିମାପଡା ଏକ ଶାନ୍ତିପ୍ରିୟ ଅଞ୍ଚଳ ଏଠାରେ ଅପରାଧିଙ୍କ କାର୍ଯ୍ୟକଳାପ ବହୁତ କମ। ସରକାରଙ୍କ ପକ୍ଷରୁ ପ୍ରତି ପୁଲିସ୍ ଅଫିସରମାନଙ୍କୁ ମୋଟର ସାଇକେଲ ଦିଆଯିବ ବୋଲି ଘୋଷଣା କରିଥିଲେ। ଅପରାଧ ମୁକ୍ତ ପାଇଁ ପୁଲିସ୍ ପକ୍ଷରୁ ନୂଆ ବୈଷୟିକ ଜ୍ଞାନ କୌଶଳରେ ସି.ସି.ଟି.ଭି ଏବଂ ଏ.ଆଇ.ର ବ୍ୟବହାର ପାଇଁ ପୁରୀ ସହରକୁ ଅନ୍ତଭୁକ୍ତ କରାଯିବ । ପୁରୀ ପରେ ନିମାପଡା କୁ ଯୋଡାଯିବ।